ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ ସରିଫ୍

ପାକିସ୍ତାନରେ ଶେଷ ହେଲା ଇମ୍ରାନ୍ ଖାନ୍‌ଙ୍କ ଯୁଗ ଆରମ୍ଭ ହେଲା ଶେହବାଜ୍ ସରିଫ୍‌ଙ୍କ ଯୁଗ । ଆଜି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି ପିଏଏମ୍‌ଏଲ୍‌-ଏନ୍ ପାର୍ଟି ସଭାପତି ଶେହବାଜ୍ ସରିଫ୍ । ପାକିସ୍ତାନ ସଂସଦରେ ଆଜି ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରି ଶେହବାଜ୍ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ପାକିସ୍ତାନର ପ୍ରମୁଖ ବିରୋଧୀ ଦଳ ଥିବା ପିଏଏମ୍‌ଏଲ୍‌-ଏନ୍ ପାର୍ଟି ଏବେ ସରକାର ଗଠନ କରିବାକୁ ଯାଉଛି ।

ସୂଚନା ଅନୂଯାଇ ଆଜି ସଂଧ୍ୟା ୮.୩୦ରେ ଶେହବାଜ୍ ସରିଫ୍ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି । ଏହା ସହିତ ଦେଶର ନୂଆ ମନ୍ତ୍ରୀ ମଣ୍ଡଳ ମଧ୍ୟ ଗଠନ ହେବାକୁ ଯାଉଛି ।

ତେବେ ପାକିସ୍ତାନରେ ଏହି ରାଜେନୈତିକ ହଟଚମଟ ଦୀର୍ଘ ଦିନରୁ ଲାଗି ରହିଥିବା ବେଳେ ଏବେବି କିଛି ସ୍ଥାନରେ ଅଶାନ୍ତ ରହିଛି ପାକିସ୍ତାନ । ପୁଣି ଥରେ ଇମ୍ରାନ୍‌ଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ପାକିସ୍ତାନୀ ନାଗରିକ ଯାହା ହୁଏତ ପାକିସ୍ତାନ ଇତିହାସରେ ସବୁଠାରୁ ବଡ଼ ବିକ୍ଷୋଭ ବୋଲି କୁହାଯାଉଛି ।

ଏଭଳି ପରିସ୍ଥିତିରେ ପାକିସ୍ତାନ ରାଜନୀତିରେ ଏହି ନୂଆ ମୋଡ ଉପରେ ପୁରା ବିଶ୍ୱର ନଜର ରହିଛି । ବିଶେଷ କରି ପଡୋଶୀ ଦେଶ ଗୁଡିକ ସହିତ ଆଗାମୀ ଦିନରେ ପାକିସ୍ତାନର ସମ୍ପର୍କ କଣ ହେବ ତାକୁ ନେଇ ଜାରି ରହିଛି ଆଲୋଚନା ପର୍ଯ୍ୟାଲୋଚନା ।

nis-ad
Leave A Reply

Your email address will not be published.