ଭଦ୍ରକରେ ମହାଆଡ଼ମ୍ବରରେ ରାମନବମୀ ପାଳନ

ଭଦ୍ରକ: ଆଜି ପବିତ୍ର ରାମ ନବମୀ। ଏହି ଅବସରରେ ଭଦ୍ରକ ଜିଲ୍ଲାରେ ମହାଆଡ଼ମ୍ବରରେ ରାମ ନବମୀ ମହୋତ୍ସବ ପାଳନ କରାଯାଉଛି। ସହରର ଗାନ୍ଧୀ ପଡ଼ିଆ ଠାରେ ଶ୍ରୀରାମ ମହାଯଜ୍ଞ ହେଉଛି। ଆଜି ପୂର୍ଣ୍ଣାହୁତି ହେବ। ତେବେ ଯଜ୍ଞର ଶେଷ ଦିନରେ ଆଜି ସହରରେ ୧୨ କି.ମି ଯାଏଁ ନଗର ସଂକୀର୍ତ୍ତନ ହେବ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମେଢ ଗୁଡ଼ିକ ନେହେରୁ ଷ୍ଟାଡିୟମ ଠାରୁ ଏକତ୍ରିତ ହୋଇ ନଗର ସଂକୀର୍ତ୍ତନରେ ସାମିଲ ହେବେ।

ଏହି ନଗର ସଂକୀର୍ତ୍ତନରେ ପ୍ରାୟ ୮୦ରୁ ଉର୍ଦ୍ଧ୍ଵ ମେଢ ସାମିଲ ହେବେ। ଏନେଇ ଶ୍ରୀରାମ ମହଯଜ୍ଞ ସମିତି ସମସ୍ତ ପ୍ରସ୍ତୁତି ଶେଷ କରିଛି । ନଗର ସଂକୀର୍ତ୍ତନ ପାଇଁ ଭଦ୍ରକ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୩ ପ୍ଲାଟୁନ୍ ରାପିଡ ଆକ୍ସନ ଫୋର୍ସ ସହ ସମୁଦାୟ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୩ ଜଣ ଅତିରିକ୍ତ ଏସପି , ୧୦ ଡିଏସପି , ୧୯ ଇନ୍ସପେକ୍ଟର , ୧୦୫ ଜଣ ଏସଆଇ ଓ ଏଏସଆଇ ମୁତୟନ ହୋଇଛନ୍ତି । ତେବେ ନଗର ସଂକୀର୍ତ୍ତନ ହେବାକୁ ଥିବା ରୁଟରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ପ୍ରତ୍ୟକ ମେଢ଼ ସହ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଷ୍ଟାଟିକ ପୋଷ୍ଟ ସହ ପାଟ୍ରୋଲିଂ ଟିମ୍ ସହରରେ ପାଇଁତରା ମାରୁଛନ୍ତି ।

nis-ad
Leave A Reply

Your email address will not be published.