ମରିଚୀକୁଣ୍ଡର ପାଣିକୁ ୧ ଲକ୍ଷ ୩୦ ହଜାର ଟଙ୍କାରେ ନିଲାମ

ଭୁବନେଶ୍ୱର : ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେଉଥିବେ । କିନ୍ତୁ ଶହ ଶହ ବର୍ଷ ଧରି ଏହି ପରମ୍ପରା ଚାଲିଛି । ମରିଚୀକୁଣ୍ଡର କଳେସିଏ ପାଣିକୁ ଜଣେ ବ୍ୟକ୍ତି ୧ ଲକ୍ଷ ୩୦ ହଜାର ଟଙ୍କାରେ ନିଲାମ ନେଇଛନ୍ତି । ସେହିପରି ଆଉ ଏକ କଳସୀ ପାଣି ବି ୪୭ ହଜାର ଟଙ୍କାରେ ନିଲାମ ହୋଇଛି । କେଦାରଗୌରୀସ୍ଥ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରହିଛି ମରିଚିକୁଣ୍ଡ ।

ଯେଉଁ ସ୍ତ୍ରୀ ଲୋକମାନଙ୍କର କୌଣସି ପିଲାପିଲି ହେଉନଥା’ନ୍ତି ବା ସନ୍ତାନ ଜନ୍ମ ହୋଇ ମରିଯା’ନ୍ତି, ସେମାନେ ରୁକୁଣା ରଥଯାତ୍ରାର ପୂର୍ବଦିନ ଅଧିବାସ ପୂର୍ବକ ମରିଚିକୁଣ୍ଡର ଜଳରେ ସ୍ନାନ କରନ୍ତି । ଏହା କରିବା ଦ୍ୱାରା ତାଙ୍କର ସନ୍ତାନ ଜନ୍ମଲାଭ ହୋଇ ବଞ୍ôଚ ରହିଥାଏ । ଓଡ଼ିଆମାନଙ୍କର ଏହା ଉପରେ ବହୁତ ବିଶ୍ୱାସ ଥିବାରୁ ବନ୍ଧ୍ୟାନାରୀମାନେ ପୁରପଲ୍ଲୀରୁ ଏଠାକୁ ଆସି ସ୍ନାନ କରିଥା’ନ୍ତି ।

ଶୁକ୍ରବାର ରାତି ପ୍ରାୟ ୧୧ଟାରେ ମରୀଚିକୁଣ୍ଡରୁ ପାଣି ଉଠିଥିଲା । ରଥପ୍ରତିଷ୍ଠା ପାଇଁ ପାଣି ଯିବା ପରେ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଭୁବନେଶ୍ୱରର ସୁନନ୍ଦା ପ୍ରଧାନ ଓ ବିରଞ୍ôଚ ପ୍ରଧାନ ପ୍ରଥମ କଳସୀ ପାଣିକୁ ୧ ଲକ୍ଷ ୩୦ ହଜାର ଟଙ୍କାରେ ନିଲାମ ନେଇଥିଲେ । ସେହିପରି ଦ୍ୱିତୀୟ କଳସୀ ପାଣିକୁ ୪୭ ହଜାର ଟଙ୍କାରେ ନିଲାମ ନେଇଥିଲେ ଭୁବନେଶ୍ୱର ବାହାଦଲପୁର ଅଞ୍ଚଳର ଲିପିନା ସାହୁ ଓ ସୁଶାନ୍ତ ସାହୁ ।

nis-ad
Leave A Reply

Your email address will not be published.