କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦଙ୍କୁ ୩୧ ବର୍ଷ ଜେଲ

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‌ ସଇଦଙ୍କୁ ଶକ୍ତ ଝଟକା। ଖୋଦ ପାକିସ୍ତାନରେ ସେ ଦୋଷୀ ସାବ୍ୟସ୍ତ ହୋଇଛି । ତାଙ୍କୁ ପାକିସ୍ତାନର ଆତଙ୍କବାଦୀ ନିରୋଧୀ କୋର୍ଟ ଦୋଷୀ ସାବ୍ୟସ୍ତ କରି ୩୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ୍‌ ଜମାତ ଉଦ୍‌ ଦାୱା ଗ୍ରୁପର ମୁଖ୍ୟ ହେଉଛନ୍ତି ହାଫିଜ୍‌ ସଇଦ୍‌। ତାଙ୍କୁ ଦୁଇଟି ମାମଲାର ଦୋଷୀ ସାବ୍ୟସ୍ତ କରାଯାଇଥିବା ଜଣାପଡ଼ିଛି। ସେହିପରି ତାଙ୍କ ସମସ୍ତ ସମ୍ପତ୍ତି ଜବତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ହାଫିଜ ସୟିଦ୍‌ ତିଆରି କରିଥିବା ମସିଜିଦ୍‌ ଏବଂ ମାଦ୍ରାସାକୁ ତାଙ୍କ ମାଲିକାନାରୁ କାଢ଼ି ନିଆଯାଇଛି। ଏଥିସହ ହାଫିଜଙ୍କୁ ୩ ଳକ୍ଷ ୪୦ ହଜାର ଟଙ୍କା ଜରିମାନା କରାଯାଇଛି।
ସେହିପରି ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବାର ପ୍ରତିଷ୍ଠାତା ମଧ୍ୟ ହାଫିଜ୍‌ ସଇଦ୍‌। ୭୦ ବର୍ଷୀୟ ହାଫିଜ୍‌ଙ୍କୁ ପୂର୍ବରୁ ଆତଙ୍କବାଦୀ ସଙ୍ଗଠନକୁ ଫଣ୍ଡିଂ କରିବା ନେଇ ଏକାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୨୦ରେ ତାଙ୍କୁ ୧୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ତାଙ୍କୁ ପାକିସ୍ତାନ ପୁଲିସ ଗିରଫ କରି ଜେଲରେ ରଖିଥିଲା । ୨୦୧୯ରେ ତାଙ୍କୁ ଗିରଫ କରାଯାଇଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ ଆମେରିକା ଯିବା ପୂର୍ବରୁ ହାଫିଜଙ୍କୁ ଗିରଫ କରାଯାଇଥିଲା।
୧୦ ବର୍ଷ ଧରି ତାଙ୍କୁ ଖୋଜାଖୋଜି କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ୨୦୦୧ରୁ ହାଫିଜ ୮ଥର ଗିରଫ ହୋଇ ଖସିଯାଇଥିଲେ। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପଛର ହାଫିଜ ହେଉଛନ୍ତି ମୁଖ୍ୟ ଷଡ଼ଯନ୍ତ୍ରକାରୀ। ୨୦୦୮ ନଭେମ୍ବର ୨୬ରେ ଘଟିଥିବା ଏହି ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିଲା । ୨୦୧୭ରେ ପାକିସ୍ତାନରେ ହାଫିଜ ଏବଂ ତାଙ୍କ ୪ ଜଣ ସହଯୋଗୀଙ୍କୁ ଅଟକ ରଖାଯାଇଥିଲା। ଏହାର ୧୧ ମାସ ପରେ ତାଙ୍କୁ ଛଡ଼ା ଯାଇଥିଲା। ପରେ ପୁଣି ତାଙ୍କୁ ଗିରଫ କରାଯାଇଥିଲା।

nis-ad
Leave A Reply

Your email address will not be published.