ପୁରସ୍କୃତ ହେବାକୁ ଯାଉଛି ଡ଼ଃ ରଞ୍ଜନ ପ୍ରଧାନଙ୍କ ‘ବୁଢ଼ାବଳଙ୍ଗର ମାଝି’…

ଫୁଲବାଣୀ: ଆଦ୍ୟା ପ୍ରକାଶନୀର ପ୍ରତିଷ୍ଠାତା ତଥା ବିଶିଷ୍ଟ ଯନ୍ତ୍ରୀ ଅକ୍ଷୟ ଚନ୍ଦ୍ର ରାୟଙ୍କ ପୁଣ୍ୟ ସ୍ମୃତିରେ ପ୍ରତିଭା ରାୟ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ପକ୍ଷରୁ ‘ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ଉପନ୍ୟାସ ପୁରସ୍କାର ପ୍ରଦାନ କରାଯିବ। ପଚାଶ ବର୍ଷରୁ କମ୍ ଲେଖକଙ୍କଠାରୁ ସଂଗୃହୀତ ୧୨ଟି ଉପନ୍ୟାସ ମଧ୍ୟରୁ ୫ଟି ଉପନ୍ୟାସକୁ ପୁରସ୍କୃତ ପାଇଁ ଚୟନ କରାଯାଇଛି। ଏଥିରେ ପଶ୍ଚିମା ପବ୍ଲିକେସନ୍ ପକ୍ଷରୁ ପ୍ରକାଶିତ ଔପନ୍ୟାସିକ ତଥା ଜନଜାତି ଗବେଷକ ଡ଼ଃ ରଞ୍ଜନ ପ୍ରଧାନଙ୍କ ‘ବୁଢ଼ାବଳଙ୍ଗର ମାଝି’ ଉପନ୍ୟାସକୁ ଚୟନ କରାଯାଇଛି।
ଆସନ୍ତା ମେ ୪ ତାରିଖରେ ଜୟଦେବ ଭବନ ଠାରେ ଆୟୋଜିତ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମରେ ଲେଖକଙ୍କୁ ପୁରସ୍କାର ସ୍ବରୂପ ମାନପତ୍ର, ସ୍ମାରକୀ ସହ ୫୦ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଟ୍ରଷ୍ଟର ଉପସଭାପତି ଆଦ୍ୟାଶା ଦାସ କହିଛନ୍ତି। ଏହି ଉତ୍ସବରେ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ସମ୍ମାନିତ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର ଯୋଗ ଦେବେ।ଏହି ଖବର ପ୍ରଚାର ହେବାକ୍ଷଣି କନ୍ଧମାଳ ଜିଲ୍ଲା ସମେତ ସମଗ୍ର ଓଡିଶାରୁ ଶୁଭେଚ୍ଛାର ସୁଅ ଛୁଟିଛି।

nis-ad
Leave A Reply

Your email address will not be published.