ରାଉରକେଲ। ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଅତ୍ୟାଧୁନିକ ନୂତନ ବିଜ୍ଞାନଭବନ ଓ ପାଠାଗାର ର ଭୂମିପୂଜନ…


ରାଉରକେଲା(ବସନ୍ତ କୁମାର ଜେନା) ; ରାଉରକେଲା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାଇ ମହାବିଦ୍ୟାଳୟ ପରିସର ଭିତରେ ୧୫ କୋଟି ୫ଲକ୍ଷ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ନୂତନ ବିଜ୍ଞାନ ଭବନ ଓ ପାଠାଗାର ଦୁଇଟି ସ୍ଵତନ୍ତ୍ର କୋଠାଘରର ଭୂମିପୂଜନ ,ସୁନ୍ଦରଗଡ ଯୋଜନା ବୋର୍ଡର ଅଧକ୍ଷ ତଥା ରାଉରକେଲା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକଙ୍କର କମଳରେ ଶୁଭକାର୍ଯ୍ୟ କରାଯାଇଅଛି । ମହାବିଦ୍ୟାଳୟ ର ଅଧକ୍ଷ ଡକ୍ଟର ବିଜୟ କୁମାର ବେହେରା ଙ୍କ ପୌରହିତରେ , ମୁଖ୍ୟ ଅତିଥିଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ ଯୋଗ ଦେଇ ଆମ ଜିଲ୍ଲାଖଣିଜ ପ୍ରତିଷ୍ଠାନ ଦ୍ଵାରା ପ୍ରଥମ ପର୍ଜ୍ୟାୟ ଅର୍ଥରେ, ତିନି ମହଲା ବିଶିଷ୍ଟ ଅତ୍ୟାଧୁନିକ ପାଠାଗାର ଓ ଚାରି ମହଲା ବିଶିଷ୍ଟ ବିଜ୍ଞାନ ଭବନ ତିଆରି କରାଯାଇ ଛାତ୍ର ଛାତ୍ରୀ ମାନଙ୍କର ଅତ୍ୟାଧୁନିକ ଜ୍ଞାନ ଆହରଣ ପାଇଁ ଅନେକ ସୁବିଧା ସୁଯୋଗ ସୃଷ୍ଟି କରିପାରିବ,ଏହାସହିତ ମହାବିଦ୍ୟାଳୟର ସାମଗ୍ରୀକ ବିକାଶ ମଧ୍ୟ ହୋଇପାରିବ ବୋଲି କହିଥିଲେ । ଏଥିନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରୁଅଛି ବୋଲି ଶ୍ରୀଯୁକ୍ତ ନାୟକ କହିଥିଲେ । ଏହା ସହିତ ନିର୍ମାଣଧିନ ଏକାଡେମୀ ଭବନର କାର୍ଯ୍ୟର ଅଗ୍ରଗତି ନିମନ୍ତେ ସମୀକ୍ଷା ମଧ୍ୟ କରିଥିଲେ । ଉକ୍ତ ନୂତନ କୋଠା ନିର୍ମାଣର ଦାୟିତ୍ଵ ଏମ,ବି,ସି,ସି ଙ୍କୁ ହସ୍ତାନ୍ତର କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଏକାଡେମୀ କାଉନସିଲ୍ ର ସଦସ୍ୟ ବୃନ୍ଦ,ଏମବିସିସି ର କର୍ମକର୍ତାଗଣ, ଅଧ୍ୟାପକ ,ଅଧ୍ୟପିକା ଗଣ,ଛାତ୍ର ଛାତ୍ରୀ ବୃନ୍ଦ,ତଥା ସ୍ଥାନୀୟ ବରିଷ୍ଠ ନାଗରିକ ଗଣ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.