ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଏଣିକି ଲାଗୁ ହେବ ନୂଆ ଏସଓପି

ପୁରୀ: ଶ୍ରୀଜଗନ୍ନାଥଙ୍କ ଚୁଲି ଭଙ୍ଗାଯିବା ପରେ ପ୍ରଶାସନର ଚେତା ପଶିଲା । ଶ୍ରୀମନ୍ଦିର ସୁରକ୍ଷାକୁ ବଢ଼ାଇଛି ପ୍ରଶାସନ । ଶ୍ରୀମନ୍ଦିର କୋଣ ଅନୁକୋଣ ଏଣିକି ସିସିଟିଭି ନଜରରେ ରହିବ । ମୋଟ ୧୩୫ଟି ସିସିଟିଭି ନଜରରେ ରହିବ ପୂରା ମନ୍ଦିର ପ୍ରାଙ୍ଗଣ । ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଜଗନ୍ନାଥ ଟେମ୍ପୁଲ ପୁଲିସ ସହ ଓଡ଼ିଶା ପୁଲିସ ମଧ୍ୟ ଶ୍ରୀମନ୍ଦିର ସୁରକ୍ଷା ପାଇଁ ମୂତୟନ ହେବେ ।

ରୋଷଶାଳାରେ ୪୩ଟି ଚୁଲା ଭଙ୍ଗାଯିବା ପରେ ପୂରା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲାଗି ଯାଇଥିଲା । କୋଟି କୋଟି ଭକ୍ତଙ୍କ ଭାବାବେଗରେ ଆଘାତ ଲାଗିଥିଲା । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସତ୍ୱେ ଜଣେ ଲୋକ ରାତିରେ ବିନା ବାଧାରେ କିପରି ଏତେ ଚୁଲି ଭାଙ୍ଗିପାରିଲା, ଏନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ଚେତିଛି ପୁରୀ ପ୍ରଶାସନ । ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ ପ୍ରତି ସପ୍ତାହରେ ଏନେଇ ସମୀକ୍ଷା କରାଯିବ ବୋଲି ନିଷ୍ପତି ନିଆଯାଇଛି ।

nis-ad
Leave A Reply

Your email address will not be published.