ଆକାରଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ପ୍ରତ୍ୟାହାର କର, କ୍ଷମା ମାଗ: କୋର୍ଟ

ନୂଆଦିଲ୍ଲୀ: ବିଦେଶୀ ପାଣ୍ଠି ରେଗୁଲେସନ ଆକ୍ଟ ମାମଲାରେ ଫସିଥିବା ଆକାର ପଟେଲଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ପ୍ରତ୍ୟାହାର କରିବାକୁ ଦିଲ୍ଲୀର ରାଉଜ୍‌ ଆଭିନ୍ୟୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଆମେରିକା ଯାତ୍ରା ଉପରେ ରୋକ ଲାଗିବା ପରେ ପଟେଲ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ଏଥିସହ ମେ’ ୩୦ ମଧ୍ୟରେ ଆମେରିକା ଯିବାକୁ ତାଙ୍କୁ ଅନୁମିତ ଦିଆଯିବାକୁ ସେ କୋର୍ଟରେ ଆବେଦନ କରିଛନ୍ତି। ତେବେ କୋର୍ଟ ସିବିଆଇ ନିର୍ଦ୍ଦେଶକଙ୍କୁ ଅକାର ପଟେଲଙ୍କୁ ଲିଖିତ କ୍ଷମା ମାଗିବା ପାଇଁ ପରାମର୍ଶ ଦେଇଛନ୍ତି।
ଆବେଦନକାରୀଙ୍କୁ କ୍ଷମା ମାଗି ସିବିଆଇ ତାର ବିଶ୍ୱସନୀୟତା ବଜାୟ ରଖୁ ବୋଲି ବୋଲି କୋର୍ଟ କହିଛନ୍ତି। ଆଜି ଉଭୟ ପକ୍ଷଙ୍କ ଶୁଣି ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍‌ ପୱନ୍ କୁମାର ରାୟ ସଂରକ୍ଷିତ ରଖିଥିଲେ।
ଆମନେଷ୍ଟି ଇଣ୍ଟରନ୍ୟାଶନାଲର ପୂର୍ବତନ ଭାରତ ମୁଖ୍ୟ ହେଉଛନ୍ତି ଆକାର ପଟେଲ। ବୈଦେଶିକ ପାଣ୍ଠି ରେଗୁଲେସନ ଆକ୍ଟ ‌ଉଲ୍ଲଂଘନ ନେଇ ସିବିଆଇ ଅକାର ପଟେଲଙ୍କ ବିରୋଧରେ ଲୁକ ଆଉଟ୍ ସର୍କୁଲାର ଜାରି କରିଥିଲା । ସିବିଆଇର ଏହି ଏହି ପଦକ୍ଷେପ ବିରୋଧରେ ଆକାର କୋର୍ଟ ଯାଇଥିଲେ। ସେ ସେ ଆମେରିକା ଯିବାକୁ ଚାହୁଁଥିବା ବେଳେ ତାଙ୍କୁ ବେଙ୍ଗାଲୁରୁ ଏୟାରପୋର୍ଟରେ ଅଟକାଇ ଦିଆଯାଇ ଥିଲା । ସିବିଆଇ ତାଙ୍କୁ ଏକଜିଟ କଣ୍ଟ୍ରୋଲ ଲିଷ୍ଟରେ ରଖିଥିବାରୁ ବିମାନବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ଉଡ଼ାଣ ପାଇଁ ଅନୁମତି ଦେଇ ନଥିଲେ।
ଏ ସମ୍ପର୍କର ନିଜେ ଆକାର ଟ୍ୱିଟ କରି ସୂଚନା ଦେଇ ଥିଲେ। ଆମନେଷ୍ଟି ଇଣ୍ଟିରନ୍ୟାଶଲ ଇଣ୍ଡିଆ ନାଁରେ ମୋଦି ସରକାର ମାମଲା କରିଥିବାରୁ ମୋ ବିରୋଧରେ ଏମିତି ପଦକ୍ଷେପ ନିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଗୁଜରାଟ କୋର୍ଟ ତାଙ୍କୁ ଆମେରିକା ଗସ୍ତ କରିବାକୁ ଅନୁମତି ଦେଇଛନ୍ତି। ଏଥିସହ କୋର୍ଟ ନିର୍ଦ୍ଦେଶରେ ସେ ପାସପୋର୍ଟ ପାଇଥିବା ମଧ୍ୟ ସୂଚନା ଦେଇଛନ୍ତି।ସିବିଆଇ ଏଫଆଇଆର ଆଧାରରେ ଇଡି ଆମନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ ନାଁରେ ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା। ୨୦୧୯ରେ ଇଡି ଆମନେଷ୍ଟି ଇଣ୍ଟିରନ୍ୟାଶଲ ଇଣ୍ଡିଆକୁ ନୋଟିସ କରି ୫୧ କୋଟି ଟଙ୍କାର ବିଦେଶୀ ପାଣ୍ଠି ସଂଗ୍ରହ ସମ୍ପର୍କରେ ପକ୍ଷ ରଖିବାକୁ କହିଥିଲା।

nis-ad
Leave A Reply

Your email address will not be published.