ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ, ୨ ମୃତ, ୨ ଆହତ

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାପାତ ହୋଇଥିବା ଖବର ମିଳିଛି । ଏଥିରେ ଦୁଇ ଜଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ମାଲକାନଗିରି ଜିଲ୍ଲା ଖଇରପୁଟ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ନବରଙ୍ଗପୁର ଅଞ୍ଚଳର ।

ସୂଚନା ଅନୁସାରେ ବଜ୍ରାଘାତରେ ମାଲକାନ୍‌ଗିରି ଅଞ୍ଚଳର ଦୁଇଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିପରି ନବରଙ୍ଗପୁରର ପାପଡ଼ାହାଣ୍ଡି ଥାନା ବାଙ୍କସର୍ଗି ଅଞ୍ଚଳରେ ଜଣେ ନାବାଳକ ପଡ଼ିଆରେ ଗାଈ ଚରାଉଥିବା ବେଳେ ବଜ୍ରାଘାତ ଘଟି ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.