ଭୁବନେଶ୍ୱରରେ ନିର୍ମାଣ ହେବ ୨ ଫୁଟ୍‌ ଓଭରବ୍ରିଜ୍‌, ୧ ଫ୍ଲାଇଓଭର୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୨ଟି ଫୁଟ୍‌ ଓଭରବ୍ରିଜ୍‌ ଓ ଗୋଟିଏ ଫ୍ଲାଇ ଓଭର୍‌ ନିିର୍ମାଣ ହେବ। ଏନେଇ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ବୁଧବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। କସମୋପୋଲିସ ଛକରେ ଜାତୀୟ ରାଜପଥ ଉପରେ ଫ୍ଲାଇଓଭର ବ୍ରିଜ ହେବ।

ସେହିଭଳି କ୍ରାଉନ ହୋଟେଲ ଓ ସତସଙ୍ଗ ବିହାରଠାରେ ଫୁଟ୍‌ ଓଭରବ୍ରିଜ ହେବ। କ୍ୟାପିଟାଲ ରିଜିଅନ ରିଂ ରୋଡ୍‌କୁ ମଧ୍ୟ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ୫୭୪୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅପରାଜିତା ସୂଚନା ଦେଇଛନ୍ତି। ।

ପୂର୍ବରୁ ଉପରୋକ୍ତ ପ୍ରକଳ୍ପ ନିର୍ମାଣ କରିବା ଲାଗି ଅପରାଜିତା କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ନିବେଦନ କରିଥିଲେ। ତାଙ୍କ ନିବେଦନକୁ ରକ୍ଷା କରି କେନ୍ଦ୍ର ସରକାର ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

nis-ad
Leave A Reply

Your email address will not be published.