ସେନାର ନୂଆ ମଡେଲ- ନିଯୁକ୍ତିର ୫ ବର୍ଷ ମଧ୍ୟରେ ଅବସର ନେବେ ୫୦% ସୈନିକ

ନୂଆଦିଲ୍ଲୀ : ଏଣିକି ସେନାରେ ବି ଠିକାରେ ସୈନିକମାନଙ୍କୁ ନିଯୁକ୍ତି ଦିଆଯିବ । ସରକାରଙ୍କ ଚିଠା ସେନା ନିଯୁକ୍ତି ନୀତି ଅନୁସାରେ ନୂଆ ନିଯୁକ୍ତି ପାଉଥିବା ପ୍ରାୟ ୫୦ ପ୍ରତିଶତ ସୈନିକ ୫ ବର୍ଷ ମଧ୍ୟରେ ଅବସର ଗ୍ରହଣ କରିବେ । ଅବଶିଷ୍ଟ ୫୦ ପ୍ରତିଶତ ପୂର୍ବ ପରି ସ୍ବାଭାବିକ ସମୟରେ ଅବସର ନେବେ ।
ସରକାରଙ୍କ ଏହି ପ୍ରସ୍ତାବିତ ସେନା ନିଯୁକ୍ତି ମଡେଲକୁ ଟୁର ଅଫ ଡ୍ୟୁଟି କୁହାଯାଉଛି । ଏହି ମଡେଲରେ ନିଯୁକ୍ତି ପାଇଥିବା ୨୫ ପ୍ରତିଶତ ସୈନ୍ୟ ୩ ବର୍ଷ ପାଇଁ କାମ କରିବେ ଓ ଆଉ ୨୫ ପ୍ରତିଶତ ୫ ବର୍ଷ ପାଇଁ କାମ କରିବେ । ଅବସର ପରେ ସେମାନଙ୍କୁ ସେନା ପେନସନ ଦିଆଯିବ ନାହିଁ । ତେବେ ସେମାନଙ୍କୁ ଜାତୀୟ ପେନସନ ସ୍କିମରେ ସାମିଲ କରାଯିବ । ଏହା ସହିତ ଅନ୍ୟ ସୈନ୍ୟମାନଙ୍କ ପରି ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ବର୍ଷ ପର୍ଯ୍ୟନ୍ତ ମେଡିକାଲ ଓ ଅନ୍ୟ କେତେକ ସୁବିଧା ସୁଯୋଗ ଦିଆଯିବ । ଅନ୍ୟପକ୍ଷରେ ଏହି ପ୍ରସ୍ତାବିତ ମଡେଲ ମାଧ୍ୟମରେ କେବଳ ସୈନ୍ୟମାନଙ୍କୁ ନିଯୁକ୍ତି ଦିଆଯିବ, ଅଫିସରମାନଙ୍କୁ ନିଯୁକ୍ତି ଦିଆଯିବ ନାହିଁ ।
୨ ବର୍ଷ ତଳେ କରୋନା ମହାମାରୀ ଆରମ୍ଭ ହେବା ପରେ ସରକାର ସେନା ନିଯୁକ୍ତ ବନ୍ଦ କରିଦେଇଥିଲେ । ସେନାର ବଢିଚାଲିଥିବା ପେନସନ ବ୍ୟୟକୁ ଦୃଷ୍ଟିରେ ରଖି ସରକାର ସେନା ନିଯୁକ୍ତି ହ୍ରାସ କରିଛନ୍ତି । ଆହୁରି ମଧ୍ୟ ଭାରତୀୟ ସେନାର ମାନବ ସମ୍ବଳକୁ ହ୍ରାସ କରିବା ସହ ଟେକନଲୋଜୀର ବ୍ୟବହାର ବଢାଇବା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ।

nis-ad
Leave A Reply

Your email address will not be published.