ମହାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନିଲ ଦେଶମୁଖ ସିବିଆଇ ଦ୍ବାରା ଗିରଫ

ମୁମ୍ବାଇ: ଦୁର୍ନୀତି ମାମଲାରେ ମହାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ସିବିଆଇ ଗିରଫ କରିଛି। ପୂର୍ବରୁ ଦେଶମୁଖଙ୍କ ବ୍ୟକ୍ତିଗତ ସହାୟକ କୁନ୍ଦନ ସିନ୍ଧେ ଏବଂ ସଚିବ ସଞ୍ଜୀବ ପାଲନ୍ଦେ ଏବଂ ନିଲମ୍ବିତ ପୁଲିସ ଇନ୍ସପେକ୍ଟର ସଚ୍ଚିନ ଭାଜେଙ୍କୁ ସିବିଆଇ ନିଜ ହେପାଜତକୁ ନେଇଛି। ପୂର୍ବରୁ ଅନିଲ ଦେଶମୁଖଙ୍କ ଜାମିନ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଥିଲେ। ସ୍ୱତନ୍ତ୍ର ସିବିଆଇ କୋର୍ଟର ଅର୍ଡ଼ରକୁ ଅନିଲ ଚାଲେଞ୍ଜ କରି ତାଙ୍କ ବିରୋଧରେ ସିବିଆର ଆବେଦନ ରିପୋର୍ଟ କୋର୍ଟରେ ଉପସ୍ଥାପନ କରିବାକୁ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ଏଥିରେ କୋର୍ଟ ରାଜି ହୋଥଇଛନ୍ତି ।
ଅନିଲ ଦେଶମୁଖଙ୍କ ଗିରଫଦାରି ସମ୍ପର୍କରେ ସମ୍ପୂର୍ଣ୍ଣ ରିପୋର୍ଟ ଉପସ୍ଥାପନ କରିବାକୁ ଜଷ୍ଟିସ ଡେରା ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଅନିଲଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ପୂର୍ବରୁ ତାଙ୍କ ଜାମିନ ଆବେଦନ ମୁମ୍ବାଇ ସେସନ କୋର୍ଟରେ ଖାରଜ ହୋଇଯାଥିଲା। ସିବିଆଇ କହିଛି ଯେ, ଦେଶମୁଖ ସବିଆଇ ହେପାଜତରୁ ବର୍ତ୍ତିବା ପାଇଁ ଚେଷ୍ଟା କରୁଥିଲେ।
ତେଣୁ ସେ ବାରମ୍ବାର ସ୍ୱାସ୍ଥ୍ୟ ଖରାପ ବାହାନା ଦେଖାଇ ହସପିଟାଲରେ ଭର୍ତ୍ତି ହେଉଥିଲେ। ହସପିଟାଲରେ ଅର୍ଥପେଡିକ୍‌ ୱାର୍ଡ଼ରେ ଭର୍ତ୍ତି ହୋଇଥିବା ଦେଶମୁଖଙ୍କୁ ସୋମବାର ଡିସଚାର୍ଜ କରାଯାଇଥିଲା। ପୂର୍ବରୁ ଗତ ନଭେମ୍ବରରେ ମନିଲଣ୍ଡରି ମାମଲାରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ଅନିଲ ଦେଶମୁଖଙ୍କୁ ଗିରଫ କରିଥିଲା। ତେବେ ଭିନ୍ନ ଏକ ଦୁର୍ନୀତି ମାମଲାରେ ଅନିଲଙ୍କୁ ସିବିଆଇ ନିଜ ହେପାଜତକୁ ନେବାକୁ ମୁମ୍ବାଇ କୋର୍ଟ ଅନୁମତି ଦେଇଥିଲେ।
ମହାରାଷ୍ଟ୍ରରେ ଗୃହମନ୍ତ୍ରୀ ଥିଲା ବେଳେ ଅନିଲ ଦେଶମୁଖ ବାର୍ ଏବଂ ରେଷ୍ଟୁରାଣ୍ଟରୁ ବଟି ଆଦାୟ କରି ମାସକୁ ୧୦୦ କୋଟି ଟଙ୍କା ଦେବାକୁ ପୁଲିସ କର୍ମଚାରୀମାନଙ୍କୁ ଟାର୍ଗେଟ ଦେଇଥିଲେ। ଏନେଇ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀରି ସିଂହ ତାଙ୍କ ନାମରେ ଅଭିଯୋଗ ଆଣିଥିଲେ । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ଦେଶମୁଖ। ପରେ ଏହି ପ୍ରସଙ୍ଗକୁ ନେଇ ତୁମ୍ଭିତୋଫାନ ହେବା ପରେ ଗତ ବର୍ଷ ଏପ୍ରିଲ ମାସରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅନିଲ। ଅନିଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ବମ୍ବେ ହାଇକୋର୍ଟ।

nis-ad
Leave A Reply

Your email address will not be published.