ମମିତା ମେହେର ହତ୍ୟା ମାମଲା; ଅଦାଲତରେ ହାଜର ହେଲେ ଗୋବିନ୍ଦ ଓ ରାଧେ

କଣ୍ଟାବାଞ୍ଜି : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଦାଲତରେ ହାଜର ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ।

କଡା ସୁରକ୍ଷା ବଳୟ ମଧ୍ୟରେ ପୁଲିସ କଣ୍ଟାବାଞ୍ଜି ବିଚାର ବିଭାଗୀୟ ହାଜତରୁ ଆଣି କଣ୍ଟାବାଞ୍ଜି କୋର୍ଟରେ ହାଜର କରିଛି । ଅଦାଲତରେ ଗୋବିନ୍ଦ ସାହୁଙ୍କ ଓକିଲ ମଧ୍ୟ ଉପସ୍ଥିତ ଥିବା ଦେଖାଯାଇଛି। ଗୋବିନ୍ଦ ସାହୁ ଓକିଲ ଦୁର୍ଗା ପାଢ଼ୀଙ୍କ କହିବା ଅନୁସାରେ, ସେମାନେ କଲ ରେକର୍ଡ, ସାଇଣ୍ଟିଫିକ ତଦନ୍ତର ରିପୋର୍ଟ ଭଳି କିଛି ଗୁରୁତ୍ୱପୂର୍ଣ କାଗଜପତ୍ର ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଏହାରି ଉପରେ ଆଜି ଶୁଣାଣି ଥିଲା।

ଅପରପକ୍ଷେ, ଆସନ୍ତା ୧୮ ତାରିଖ ଦିନ ପୁଣି ଗୋବିନ୍ଦ ସାହୁଙ୍କୁ ଅଦାଲତରେ ହାଜର କରାଯିବ ବୋଲି ସରକାରୀ ଓକିଲ ପ୍ରମୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.