ଭାଙ୍ଗିଲା ସୁବର୍ଣ୍ଣରେଖା ବୃହତ ଜଳସେଚନ ପ୍ରକଳ୍ପର ଜମ୍ଭୀରା ଡ୍ୟାମର ମୁଖ୍ୟ କେନାଲ 

ବାରିପଦା: ଭାଙ୍ଗିଲା ସୁବର୍ଣ୍ଣରେଖା ବୃହତ ଜଳସେଚନ ପ୍ରକଳ୍ପର ଜମ୍ଭୀରା ଡ଼୍ୟାମର ମୁଖ୍ୟ କେନାଲ । ଦେଉଳୀ ନିକଟସ୍ଥ ଖୋଇକିଆ ଠାରେ ପାଖାପାଖି ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ପହଂଚି ଅନଧ୍ୟାନ କରୁଛନ୍ତି । କେନାଲ କିଭଳି ବନ୍ଦ କରାଯାଇପାରିବ ସେଥିପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ରବି ଫସଲ ପାଇଁ ଡ଼୍ୟାମରୁ ପାଣି ଛଡ଼ାଯାଇଥିବା ବେଳେ କୌଣସି କାରଣବଶତଃ କେନାଲ ଭାଙ୍ଗିଥିବା ଜଣାପଡ଼ିଛି । ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଘାଇ ସୃଷ୍ଟି ହୋଇଥିବା ସ୍ଥାନରେ ଗତ ଦୁଇ ଦିନ ହେବ ପାଣି ଲିକ୍ କରୁଥିଲା । କିନ୍ତୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇନଥିଲେ । ଯାହାଫଳରେ ଆଜି ଘାଇ ସୃଷ୍ଟି ହୋଇଛି । ତେବେ ଘାଇ ହେବା ଫଳରେ ଚାଷ ଜମିକୁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି । ଯାହା ଚାଷୀଙ୍କ ଚିନ୍ତାକୁ ବଢାଇ ଦେଇଛି ।

nis-ad
Leave A Reply

Your email address will not be published.