ପୁରୀ ୦୫।୦୪ : ଶ୍ରୀମନ୍ଦିର ରୋଷ ଶାଳାରେ ଚୁଲି ଭାଙ୍ଗିବା ଘଟଣାରେ ଜଣେ ସନ୍ଦିଗ୍ଧ ଯୁବକ ଚିହ୍ନଟ । ସିସିଟିଭିରୁ ଚିହ୍ନଟ ହୋଇଛନ୍ତି ଜଣେ ସନ୍ଦିଗ୍ଧ । ତେବେ ସେ ସେବାୟତ କି ଅଣସେବାୟତ । ତାହା ସ୍ପଷ୍ଟ ହୋଇନାହିଁ ବୋଲି ପୁରୀ ଏସ୍ପି ସୂଚନା ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସିସିଟିଭିରୁ ଜଣେ ସନ୍ଦିଗ୍ଧ ଯୁବକ ଚିହ୍ନଟ କରାଯାଇଛି ।
ତେବେ ସେ ଯୁବକ ଜଣଙ୍କ ସେବାୟତ କି ଅଣ ସେବାୟତ ତାହା ସ୍ପଷ୍ଟ ହୋଇନାହିଁ । ଏପିରିକି ୪ ଜଣ ଜେଟିପି ସମ୍ପୃକ୍ତ ଯୁବକଙ୍କୁ ଶ୍ରୀମନ୍ଦିର ବାହାରକୁ ଆଣି ଛାଡିଥିବାର ଦୃଶ୍ୟ ସିସିଟିଭିରୁ ଜଣାପଡିଛି । ସମ୍ପୃକ୍ତ ଜେଟିପି ଓ ଉପସ୍ଥିତ ସେବାୟତମାନଙ୍କୁ ଜେରା ଚାଲିଛି । ଘଟଣାରେ କିଏ କିଏ ସଂପୃକ୍ତି ଅଛନ୍ତି । ସେନେଇ ପୋଲିସ ତଦନ୍ତ କରୁଛି । ଖୁବଶୀଘ୍ର ପୁରା ଘଟଣା ସାମ୍ନାକୁ ଆସିବ ।