ଉପକୂଳ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବର୍ଷାରେ ଭିଜିବ ଉତ୍ତର ଉପକୂଳ ଓଡ଼ିଶା । ଖରାରେ ଶିଝିବ ଆଭ୍ୟନ୍ତରୀଣ ଜିଲ୍ଲା । ସେହିପରି ଉପକୁଳ ଓଡ଼ିଶାରେ ଗ୍ରୀଷ୍ମର ପ୍ରକୋପ ସେତେଟା ଦେଖାଦେବନି । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଉପକୂଳ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଥିବା ବେଳେ ଆଭ୍ୟନ୍ତରୀଣ ଜିଲ୍ଲାରେ ୪୦ ଉପରେ ରହିବ ତାପମାତ୍ରା । ଏଭଳି ସ୍ଥିତି ଉପୁଜିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

୫ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଉତ୍ତର ଉପକୂଳ ଓଡ଼ିଶାର କେଉଁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଗଜପତି ଜିଲ୍ଲାରେ ଘଡଘଡି ସହ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୪ ଘଣ୍ଟା ପରେ ମାଲକାନଗରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୁରଭଂଜ, ବାଲେଶ୍ଵରରେ ମଧ୍ୟ ସମାନ ସ୍ଥିତି ଦେଖାଦେବ। ଏଭଳି ମଧ୍ୟମ ଧରଣର ବର୍ଷା ୬ ତାରିଖ ଯାଏଁ ଦେଖାଦେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ଉପକୂଳ ଓଡ଼ିଶାରେ ପାଗ ଶୁଖିଲା ରହିବା ସହ ସ୍ଵାଭାବିକ ତାପମାତ୍ରା ରହିବ, କିନ୍ତୁ ଆଭ୍ୟନ୍ତରୀଣ ଜିଲ୍ଲାରେ ୪୦ ଉପରେ ରହିବ ତାପମାତ୍ରା ।

ଉପକୂଳ ଜିଲ୍ଲାରେ ୧୦ ଯାଏଁ ଗ୍ରୀଷ୍ମ ପ୍ରଭାବ ବଢିବ ନାହିଁ । କିନ୍ତୁ ଗୁଳୁଗୁଳି ଅନୁଭୂତ ହେବ । ସେହିପରି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଜିଲ୍ଲାରେ ଗରମ ଅନୁଭୂତ ହେବ । କେତେକ ସ୍ଥାନରେ ୪୦ ଉପରେ ତାପମାତ୍ରା ରହିବା ସହ ସର୍ବାଧିକ ୪୩ ଡିଗ୍ରୀ ସେଲସିୟସ ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ମୁଖ୍ୟତଃ ବଲାଙ୍ଗୀର, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରେ ଏଭଳି ସ୍ଥିତି ଉପୂଜିପାରେ ।

ତେବେ ଗତ ୨୪ ଘଣ୍ଟାରେ ବଲାଙ୍ଗୀର ଜିଲ୍ଲାରେ ୪୨.୨ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ରାଜ୍ୟର ୫ ଜିଲ୍ଲାରେ ୪୦ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଛି । ସେହିପରି ଭୁବନଶ୍ବରରେ ତାପମାତ୍ରା ୩୫ ମଧ୍ୟରେ ରହିବା ସହ ଆକାଶ ମେଘଛନ୍ନ ରହିବ ।

nis-ad
Leave A Reply

Your email address will not be published.