ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା: ଭୟରେ ହଷ୍ଟେଲ ଛାଡିଲେ ଛାତ୍ରଛାତ୍ରୀ

ସୁନ୍ଦରଗଡ ୦୨/ ୦୪: ପଟୁଆଡିହି ହାଇସ୍କୁଲ ଦଶମ ଛାତ୍ରୀ ମୃତ୍ୟୁ ମାମଲା । ଭୟରେ ହଷ୍ଟେଲ ଛାଡିଲେ ଛାତ୍ରଛାତ୍ରୀ । ଛାତ୍ରୀ ମୃତ୍ୟୁକୁ ଭୟଭୀତ ଥିଲେ ସ୍କୁଲ ଛାତ୍ରଛାତ୍ରୀ । ପ୍ରଧାନଶିକ୍ଷକଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତ ଛାତ୍ରୀ ହେଉଛନ୍ତି ଅପର୍ଣ୍ଣା ପାଣ୍ଡେ ।

ସୂଚନାଥାଉକି, ସୁନ୍ଦରଗଡ ଲେଫ୍ରିପଡା ଥାନା ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ପଟୁଆଡ଼ିହିର ଦଶମ ଶ୍ରେଣୀର ଛାତ୍ରୀ ହଷ୍ଟେଲ ଛାତରୁ ଖସି ପଡି ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡିଥିଲା । ମୃତକ ଛାତ୍ରୀ ପଟୁଆଡିହି ହଷ୍ଟେଲରେ ରହି ପାଠ ପଢୁଥିଲେ । ତେବେ ଛାତରୁ ଠେଲି ମାରିଦେଇଥିବା ଅଭିଯୋଗ କରିଥିଲେ ପରିବାର ଲୋକ ।

ଟାଉନ ଥାନା ପୋଲିସ ସ୍କୁଲର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ସମେତ ଓ୍ୱାଡେନକୁ ଅଟକ ରଖି ପଚରା ଉଚରା କରଥିଲା । ତେବେ ପ୍ରକୃତ ଘଟଣା କଣ ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

nis-ad
Leave A Reply

Your email address will not be published.