ପ୍ରଥମ ଥର ପାଇଁ ରୁଷୀୟ ସହର ଉପରେ ୟୁକ୍ରେନର ବୋମାମାଡ଼

ମସ୍କୋ : ବିଗତ ୧ ମାସରୁ ଅଧିକ ସମୟ ଧରି ରୁଷର ପ୍ରଚଣ୍ଡ ଆକ୍ରମଣକୁ ସାହାସର ସହ ସାମନା କରୁଥିବା ୟୁକ୍ରେନ ପ୍ରଥମ ଥର ପାଇଁ ରୁଷର ଅଞ୍ଚଳରେ ପ୍ରବେଶ କରି ଆକ୍ରମଣ କରିଛି । ୟୁକ୍ରେନର ହେଲିକାପ୍ଟରଗୁଡ଼ିକ ରୁଷୀୟ ସହର ବେଲଗୋରୋଡ୍ ଉପରେ ଆକ୍ରମଣ କରିଥିବା ରୁଷ ଦାବି କରିଛି । ୟୁକ୍ରେନର ଲଢୁଆ ହେଲିକାପ୍ଟରଗୁଡିକ ସେଠାରେ ଥିବା ଏକ ଏୟାରପୋର୍ଟ ଉପରେ ଆକ୍ରମଣ କରିବା ସହ ତୈଳ ଡିପୋ ଉପରେ ବୋମାମାଡ କରିଛନ୍ତି ।

ଏହା ଫଳରେ ଏୟାରପୋର୍ଟ ନିକଟରେ ଥିବା ତୈଳ ଡିପୋରେ ନିଆଁ ଲାଗିଯାଇଛି । ରୁଷ ମିଲିଟାରି ପକ୍ଷରୁ ଏହି ଆକ୍ରମଣ ସଂପର୍କିତ ଏକ ଭିଡିଓ ଜାରି କରାଯାଇଛି । ଏହି ଭିଡିଓରେ ଆକ୍ରମଣ ପରେତୈଳ ଡିପୋରେ ପ୍ରବଳ ବେଗରେ ନିଆଁ ଜଳୁଥିବା ଦେଖାଯାଉଥିବା ଦେଖାଯାଉଛି ।

ରୁଷ ଗଣମାଧ୍ୟମ ରିପୋର୍ଟ ଅନୁସାରେ ହେଲିକାପ୍ଟରଗୁଡ଼ିକ ଅଳ୍ପ ଉଚ୍ଚତାରୁ ତୈଳ ଡିପୋ ଓ ଏୟାରପୋର୍ଟକୁ ମିସାଇଲ ନିକ୍ଷେପ କରାଯାଇଥିଲା । ଏହା ଫଳରେ ତୈଳ ଡିପୋରେ ବଡ଼ ବିସ୍ଫୋରଣ ହୋଇଥିଲା । ତେବେ ଏହି ଆକ୍ରମଣରେ ଏୟାରପୋର୍ଟର ବିଶେଷ କ୍ଷତି ହୋଇନଥିବା ରୁଷ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ଏହି ଆକ୍ରମଣ ସଂପର୍କରେ ୟୁକ୍ରେନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ୟୁକ୍ରେନର ସରକାରୀ ସମ୍ବାଦ ସରବରାହ ସଂସ୍ଥା ୟୁକ୍ରିନଫର୍ମ ପକ୍ଷରୁ ଏସମ୍ପର୍କିକ କୌଣସି ରିପୋର୍ଟ ପ୍ରକାଶ ପାଇନାହିଁ ।

nis-ad
Leave A Reply

Your email address will not be published.