୨୫୦ ଟଙ୍କା ବଢ଼ିଲା ଗ୍ୟାସ ଦର

ନୂଆଦିଲ୍ଲୀ: ବଢ଼ିଲା କମର୍ସିଆଲ ଗ୍ୟାସ୍‌ ଦର। ବ୍ୟବସାୟିକ ପାଇଁ ବ୍ୟବହୃତ ସିଲିଣ୍ଡର ପିଛା ୨୫୦ ଟଙ୍କା ବୃଦ୍ଧି ପାଇଛି। ଏହି ନୂଆ ଦର ଆସନ୍ତା ସୋମବାରଠାରୁ ଲାଗୁ ହେବ। ୧୯ କେଜିଆ କମର୍ସିଆଲ ସିଲିଣ୍ଡର ପିଛା ୨୫୦ ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଅନୁସାରେ ଏବେ ଏହା ୨୨୫୩ ଟଙ୍କାରେ ଉପଲବ୍ଧ ହେବ। ତେବେ ଘରୋଇ ଗ୍ୟାସ ଦର ଅପରିବର୍ତ୍ତିତ ରହିଛି।

ଅନ୍ୟପଟେ ଅଣ-ସବସିଡି ୧୪.୨ କେଜି ବିଶିଷ୍ଟ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ୯୪୯.୫୦ ଟଙ୍କା ରହିଛି। ତେବେ ମୁମ୍ବାଇରେ ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ ଟାଙ୍କିର ଦାମ ରହିଛି ୨,୨୦୫ହ ଟଙ୍କା। ସେହିପରି କୋଲକାତାରେ ୨୩୫୧ ଏବଂ ଚେନ୍ନାଇରେ ୨୪୦୬ ଟଙ୍କା ରହିଛି।

ନିକଟରେ ୫ ରାଜ୍ୟରେ ବିଧାନ ସଭା ନିର୍ବାଚନ ପରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଦାମ ବୃଦ୍ଧି କରାଯାଇଛି। ତୈଳ ଦର ଳଗାତାର ଭାବେ ବଢ଼ୁଛି। ତେବେ ଆଜି ତୈଳ ଦର ଅପରିର୍ତ୍ତିତ ରହିଛି। ମାର୍ଚ୍ଚ ୨୨ ପରଠାରୁ ଏଯାଏଁ ପର୍ଯ୍ୟାକ୍ରମେ ତେଲ ଦର ଲିଟର ପ୍ରତି ୬.୪୦ ଟଙ୍କା ବୃଦ୍ଧି ପାଇଛି। ସେପଟେ ଆଭିଏସନ୍‌ ଟର୍ବାଇନ୍‌ ଫ୍ୟୁଏଲ(ଏଟିଏଫ) କେଜି ପ୍ରତି ୨୨୫୮.୫୪ ଟଙ୍କା ବୃଦ୍ଧି ପାଇଛି।

ସେହିପରି ଅନ୍ତର୍ଜାତୀୟ ଦର ଅନୁସାରେ ପ୍ରତି ମାସରେ ୧ ତାରିଖ ଏବଂ ୧୬ ତାରିଖରେ ଜେଟ୍‌ ଫ୍ୟୁଏଲ ଦର ସମୀକ୍ଷା ହେଉଛି। ଚଳିତ ବର୍ଷ ଆରମ୍ଭରୁ ପ୍ରତି ୧୫ ଦିନରେ ଥରେ ଆଭିଏସନ୍‌ ଟର୍ବାଇନ୍‌ ଫ୍ୟୁଏଲ ଦର ବୃଦ୍ଧି ହେଉଛି। ଜାନୁଆରୀ ପରଠାରୁ ଏହି ଫ୍ୟୁଏଲ ୭ ଥର ବୃଦ୍ଧି ହୋଇସାରିଲାଣି।

nis-ad
Leave A Reply

Your email address will not be published.