ଦାରିଙ୍ଗବାଡ଼ି ରେ ଉତ୍କଳ ଦିବସ ପାଳନ

ଦାରିଙ୍ଗବାଡ଼ି,୧/୪ , ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟଳୟ ସଭାଗୃହ ଠାରେ ୮୬ ତମ ଉତ୍କଳ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ବିଡ଼ିଓ ଗଦାଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପାତ୍ର ,ଏପିଓ ତ୍ରିନାଥ ନାୟକ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପତିତପାବନ ରାଉତ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମେ ମହାପୁରୁଷଙ୍କ ଫୋଟଚିତ୍ରରେ ପୁଷ୍ପଧୂପ ଦିଆଯାଇ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଗାନ କରାଯାଇଥିଲା । ଓଡ଼ିଆ ଭାଷାକୁ ବଞ୍ଚେଇ ରଖିବା ସହ ଓଡ଼ିଆର ସଂସ୍କୃତି, ପରମ୍ପରାକୁ ବଜାଇ ରଖିବାକୁ ମୁଖ୍ୟବକ୍ତା ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ କାର୍ଯ୍ୟଳୟରେ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.