ରାଜ୍ୟର ୭ ଟେନିସ ଖେଳାଳି ସମ୍ବର୍ଦ୍ଧିତ

ଭୁବନେଶ୍ବର: ରାଜ୍ୟର ୭ ଜଣ ଟେନିସ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ କ୍ରୀଡା ଏବଂ ଯୁବ ସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ।

ଭିନ୍ନ ଭିନ୍ନ ଟୁର୍ଣ୍ଣାମେଣ୍ଟରେ ମେଣ୍ଟରେ ସଫଳତା ହାସଲ କରିଥିବା ଏହି ୭ ଜଣ ଟେନିସ ତାରକାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶୁକ୍ରବାର ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ରାଜ୍ୟର ଜୁନିୟର ଏବଂ ସିନିୟର ବର୍ଗର ଟେନିସ ଖେଳାଳି ଦେବାଶିଷ ସାହୁ, ସଞ୍ଜୟ ମହାନ୍ତି, କବିର ହଂସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଓଡିଶା ହକି ପ୍ରମୋସନ କାଉନସିଲର ଚେୟାରମ୍ୟାନ ଦିଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.