ପୁଣି ଟିକାବାଲି ର ବେହେରାଗାଁ ରୁ ଏକ ବାଇକ ଚୋରି

ଟିକାବାଲି (୩୧/୦୩) : ଟିକାବାଲି ଥାନା ଅନ୍ତର୍ଗତ ବେହେରା ଗାଁ ର ନିବାସୀ ଗୌରୀ ଶଙ୍କର ମିଶ୍ର ଙ୍କର ୟାମା କମ୍ପାନୀର ଆର 15 ଭି 3 ମୋଡେଲ ର ବାଇକ ନଂ ଓଡି 07 ଏଏ 7815 ଟିକୁ ବିଳମ୍ବିତ ରାତ୍ରିରେ କେହି ଚୋରି କରି ନେଇଁଯାଇ ଥିବା ଅଭିଯୋଗ ହୋଇଛି |ସୂଚନା ଅନୁସାରେ ଗାଡି ମାଲିକ ଗୌରୀ ଶଙ୍କର ପ୍ରତ୍ୟକ ଦିନ ଭଳି ଘର ଅଗଣା ରେ ରଖିଥିଲେ 30 ତାରିଖ ରାତ୍ର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଥିଲା କିନ୍ତୁ ରାତ୍ର 2 ଘଂଟିକା ସମୟ ପରେ ଦୁର୍ବୃତ ମାନେ ବାଇକ ର ଲକ ଭାଙ୍ଗି ଚୋରି କରି ନେଇଁ ଯାଇଥିଲେ |ଏନେଇ ମାଲିକ ଗୌରୀ ଟିକାବାଲି ଥାନା ଅଧିକାରୀ ଙ୍କୁ ଫୋନ ଯୋଗେ ଜଣାଇଛନ୍ତି | ଯେହେତୁ ଲିଖିତ ଭାବରେ ଏତଲା କରାଯାଇନାହିଁ ତେଣୁ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ କରାଯାଇ ନ ଥିବା ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ କହିଛନ୍ତି |ଏହି କିଛିଦିନ ହେବ ଟିକାବାଲି ର କଟିମାହା ରୁ ଏକ ପୋଲସର ବାଇକ ଚୋରି ହୋଇ ଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ତାହାର କୌଣସି ପତା ମିଳିନାହିଁ |ଟିକାବାଲି ଅଞ୍ଚଳରେ ବାଇକ ଚୋରି ର ପ୍ରାଦୁର୍ଭାବ ବଢିଛି ତେଣୁ ରାତ୍ର ପୋଲିସ ପେଟ୍ରୋଲିଙ୍ଗ କୁ ଟିକେ ବଢ଼େଇଲେ ଏହି ଚୋରି କିଛିକାଂସ ରେ ଟିକେ କମିଯାନ୍ତା ବୋଲି ସାଧାରଣ ରେ ମତପ୍ରକାଶ ପାଉଛି |
ଆକୁଳାନନ୍ଦ ଦିଗାଳ, ଟିକାବାଲି

nis-ad
Leave A Reply

Your email address will not be published.