ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ପକ୍ଷରୁ ୨ୟ ଦିନର ବନ୍ଦ ପାଳନ


ଆସିକା(୨୯/୦୩) : କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ୪ ଶ୍ରମ ସଂହିତା ବାତିଲ, ସର୍ବନିମ୍ନ ମଜୁରୀ ମାସିକ ୨୬୦୦୦ ଟଙ୍କା କରିବା, ଠିକା ଶ୍ରମ ସମାପ୍ତ କରିବା, ରାଷ୍ଟ୍ରାୟତ ସଂସ୍ଥାର ଘରୋଇକରଣ ନୀତିର ପ୍ରତ୍ୟାହାର, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସମେତ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରର ଦରଦାମର ନିୟନ୍ତ୍ରଣ, ସମସ୍ତ ଫସଲର ସର୍ବନିମ୍ନ ସହାୟକ ଦରକୁ ଆଇନଗତ ମାନ୍ୟତା ଆଦି ଦାବିରେ ସର୍ବଭାରତୀୟ ଟ୍ରେଡ଼ ୟୁନିଅନମାନଙ୍କର ମାର୍ଚ୍ଚ ୨୮-୨୯ ଦୁଇ ଦିନିଆ ଦେଶବ୍ୟାପୀ ସାଧାରଣ ଧର୍ମଘଟ କୁ ସଫଳ କରିବା ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ।

୨ୟ ଦିନରେ ଆସିକା ରେ ପିକେଟିଂ କରି ବ୍ୟାଙ୍କ, ଅଫିସ ଦପ୍ତର ବନ୍ଦ କରିବା ସହ ବିଜୁ ପଟ୍ଟନାୟକ ଛକଠାରେ ରାସ୍ତାକୁ ଅବରୋଧ କରାଯାଇଥିଲା । ଏହି ବନ୍ଦର ନେତୃତ୍ବ ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ର ଜିଲ୍ଲା ସମ୍ପାଦକ ଶଙ୍କର ସାହୁ, ଟ୍ରେଡ ୟୁନିଅନ ସେଣ୍ଟର ଅଫ ଇଣ୍ଡିଆ ର ରାଜ୍ୟ କମିଟି ସଦସ୍ୟ ରାମଚନ୍ଦ୍ର ବାଡତ୍ୟା, ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ର ଆସିକା ବ୍ଳକ କମିଟି ସଦସ୍ୟ କବିରାଜ ଗୌଡ, କ୍ରାନ୍ତିକାରୀ କୃଷକ ସଭା ଆସିକା ବ୍ଳକ କମିଟିର ଯୁଗ୍ମ ସମ୍ପାଦକ ରାଜନ ନାହାକ ଆଦି ନେଇଥିଲେ । ଶ୍ରମିକ ଓ କୃଷକ ମାରଣ ନୀତି ବିରୁଦ୍ଧରେ ଶ୍ରମିକ, କର୍ମଚାରୀ, ଅସଂଗଠିତ, ଦିନ ମଜୁରିଆ, କୃଷକ, ଖେତମୂଳିଆ ଆଦି ସମସ୍ତ ଶୋଷିତ ମେହନତି ମଣିଷ ଐକ୍ୟବଦ୍ଧ ହୋଇ ଶ୍ରେଣୀ ସଂଘର୍ଷ କୁ ଉଜ୍ଜୀବିତ କରିବା ସହ ପୁଞ୍ଜିବାଦ ବ୍ୟବସ୍ଥା କୁ ଖତମ କରି ଶ୍ରମଜୀବୀ ମଣିଷଙ୍କ ଅଧିକାର ହାସଲ ଦିଗରେ ଅଗ୍ରସର ହେବାକୁ ହେବ ବୋଲି ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ଆହ୍ବାନ ଦେଇଛନ୍ତି । ଶ୍ରମିକ ଓ କୃଷକ ଙ୍କ ଐକ୍ୟବଦ୍ଧ ସଂଘର୍ଷ ହିଁ ପୁଞ୍ଜିବାଦ ଓ କର୍ପୋରେଟ ନୀତିର ସମାପ୍ତ କରି ପାରିବ ବୋଲି ଉପସ୍ଥାପନ କରିଛନ୍ତି ।

nis-ad
Leave A Reply

Your email address will not be published.