୪୧. ୫ ଡିଗ୍ରୀ ସହ ଉତ୍ତପ୍ତ ସହର ଟିଟଲାଗଡ଼

ଭୁବନେଶ୍ବର: ଜଳୁଛି ସାରା ଓଡିଶା । ଅଣନିଶ୍ୱାସୀ କରିପକାଉଛି ଅସହ୍ୟ ତାତି । ଦିନର ଗରମ ଏତେ ହେଉଛି ଯେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ଗ୍ରୀଷ୍ମପ୍ରବାହ ଏତେ ଭୟଙ୍କର ହେଉଛି ଯେ ସକାଳ ୯ଟାରୁ ଏହାର ପ୍ରଭାବ ପଡିବା ଆରମ୍ଭ କରିଦେଉଛି । ଆଉ ମୁଣ୍ଡ ଉପରକୁ ଖରା ଗଲା ବେଳକୁ ଲୋକେ ଛାଇ ଖୋଜିବା ଆରମ୍ଭ କରିଦେଉଛନ୍ତି ।

ଗୁଳୁଗୁଳି ଓ ଗରମ ପାଇଁ ରାସ୍ତାଘାଟରେ ଯାତାୟତ ବି ଅସମ୍ଭବ ହୋଇପଡୁଛି । ରାଜ୍ୟର ସବୁ ସହରରେ ପାରଦ ଉପରେ ରହୁଥିବା ବେଳେ ଆଜି ୭ ସହରରେ ପାରଦ ୪୦ ଡେଇଁଛି ।

ଓଡ଼ିଶାର ୭ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଏବଂ ତା ଠାରୁ ଅଧିକ ରେକର୍ଡ କରାଯାଇଛି । ୪୧. ୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଟିଟଲାଗଡ ଆଜି ରାଜ୍ୟର ସବୁଠୁ ତତଲା ସହର । ବାରିପଦା- ୪୧ ଡିଗ୍ରୀ, ବଲାଙ୍ଗୀର- ୪୧. ୪, ସୋନପୁର- ୪୧.୩, ବୌଦ୍ଧ- ୪୧ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁର- ୪୦.୨, ଭବାନୀପାଟଣା- ୪୦.୨ ରହିଛି । ସେହିପରି ଭୁବନେଶ୍ୱର ଓ କଟକର ତାପମାତ୍ରା ୩୬.୫ ଡିଗ୍ରୀ ରେକର୍ଡ କରାଯାଇଛି । ଦେଖନ୍ତୁ ସାରା ଓଡିଶାରେ କେଉଁଠି ଅଛି କେତେ ତାପମାତ୍ରା ।

nis-ad
Leave A Reply

Your email address will not be published.