‘ମଲ୍ହାରି….’ ଗୀତରେ ରଣବୀରଙ୍କ ସହ ନାଚିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରର

ଦୁବାଇ: କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଦିନ ବଲିଉଡ୍ ଅଭିନେତା ରଣବୀର ସିଂହଙ୍କ ଚଳଚ୍ଚିତ୍ର ବାଜିରାଓ ମସ୍ତାନୀ ଚଳଚ୍ଚିତ୍ରର ହିଟ୍ ଗୀତ ‘ମଲ୍ହାରି….’ ର ଲୋକପ୍ରିୟ ଗୀତରେ ନାଚିଥିଲେ। ଏହି ସମୟରେ ରଣବୀର ସିଂହଙ୍କ ବି ମଞ୍ଚରେ ଉପସ୍ଥିତ ଥିଲେ ଓ ଅନୁରାଗ ଠାକୁରଙ୍କ ସହ ନାଚିଥିଲେ।
ଅନୁରାଗ ଠାକୁର ଦୁବାଇର ଇଣ୍ଡିଆ ଏକ୍ସପୋ(ପ୍ରଦର୍ଶନୀ)ରେ ‘ଦ ଗ୍ଲୋବାଲ୍ ରିଚ୍ ଅଫ୍ ଇଣ୍ଡିଆନ୍ ମିଡିଆ ଏଣ୍ଡ୍ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି’ ପ୍ରୋଗ୍ରାମରେ ଯୋଗ ଦେବାକୁ ଆସିଥିଲେ। ରଣବୀର ସିଂହ ଭାରତୀୟ ପ୍ୟାଭିଲିୟନରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ହୋଷ୍ଟ୍ ଥିଲେ।
ମନ୍ତ୍ରୀ ଅନୁରାଗ ମିଡିଆରେ କଥାବାର୍ତ୍ତା ସମୟରେ କହିଛନ୍ତି, ଦେଶ ସ୍ଵାଧୀନତାର ୭୫ତମ ବର୍ଷର ଉତ୍ସବ ପାଳନ କରୁଛି ଓ ସମାରୋହ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ପାଳନ କରାଯାଉଛି। ଏଥିପାଇଁ ଦୁବାଇ ପ୍ରଦର୍ଶନୀର ଭାରତୀୟ ପ୍ୟାଭିଲିୟନରେ ଅନେକ ଲୋକ ସାମିଲ ହୋଇଥିଲେ। ଲୋକମାନେ ଯୋଗ, ଆୟୁର୍ବେଦ, ପର୍ଯ୍ୟଟନ, କପଡା, ପ୍ରସାଧନ ସାମଗ୍ରୀ ଓ ସିନେମାକୁ ନେଇ ଉତ୍ସୁକ ଥିଲେ। ପାଖାପାଖି ୧୭ ଲକ୍ଷ ଲୋକ ଇଣ୍ଡିଆନ୍ ପ୍ୟାଭିଲିୟନକୁ ଦେଖିଥିଲେ।
ଦୁବାଇରେ ଚାଲୁଥିବା ଦୁନିଆର ସବୁଠୁ ବଡ ପ୍ରଦର୍ଶନୀରେ ମାର୍ଚ୍ଚ ୨୮ରେ ଭାରତ ନିଜର ଜାତୀୟ ଦିବସ ପାଳନ କରିଥିଲା। ଏହି ଅବସରରେ ଭାରତୀୟ ସଂସ୍କୃତି ଓ ଟେକ୍ନୋଲୋଜିର ନମୁନା ପୁରା ଦୁନିଆକୁ ଦେଖିବାକୁ ମିଳିଥିଲା। ପ୍ରଦର୍ଶନୀ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

nis-ad
Leave A Reply

Your email address will not be published.