ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଭାରତ ନିନ୍ଦା କରିବା ଉଚିତ : ଆମେରିକୀୟ ସାଂସଦ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ୩୩ଦିନ ବିତିଥିଲେ ବି ଚୁପ ରହିଛି ଭାରତ। ଆମେରିକା ସମେତ ଅନ୍ୟ ଦେଶ ରୁଷ ଉପରେ ଅନେକ କଟକଣା ଲଗାଇଥିବା ବେଳେ ଭାରତ କୌଣସି ପ୍ରତିକ୍ରିୟା ଦେଉନାହିଁ। ରୁଷ-ୟୁକ୍ରେନ ଯୁଦ୍ଧ ପରେ ଆମେରିକା ଆଶା କରିଥିଲା ​​ଯେ ଆନ୍ତର୍ଜାତୀୟ ଫୋରମରେ ଭାରତ ରୁଷକୁ ବିରୋଧ କରିବ। କିନ୍ତୁ ଭାରତ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଚୁପ ରହିଥିବା ବେଳେ ସିଧାସଳଖ ରୁଷକୁ କିଛି କହିବା ପରିବର୍ତ୍ତେ ରୁଷ-ୟୁକ୍ରେନକୁ ଶାନ୍ତି ପାଇଁ ନିବେଦନ କରିଛି।
ଏମଧ୍ୟରେ ଭାରତର ମୂଳ ବାସିନ୍ଦା ଆମେରିକୀୟ ସାଂସଦ ରୋ ଖାନ୍ନା କହିଛନ୍ତି ଯେ, ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଭାରତ ନିନ୍ଦା କରିବା ଉଚିତ। ରୁଷ କିମ୍ବା ଚାଇନାରୁ ଭାରତ ତେଲ କିଣିବା ଉଚିତ ନୁହେଁ। ବର୍ତ୍ତମାନ ଭାରତ କେଉଁ ଦିଗରେ ରହିବାକୁ ଚାହୁଁଛି ତାହା ସ୍ଥିର କରିବାର ସମୟ ଆସିଛି। ମୁଁ ଭାବୁଛି ପୁଟିନଙ୍କୁ ଭାରତ ନିନ୍ଦା କରିବା ଉଚିତ। ପୁଟିନଙ୍କୁ ଅଲଗା କରିବା ପାଇଁ ବିଶ୍ୱକୁ ଏକଜୁଟ ହେବା ଜରୁରୀ। ଯେତେବେଳେ ଚୀନ୍ ଭାରତ ଉପରେ ଆକ୍ରମଣ କରିଥିଲା, ସେତେବେଳେ ପୁଟିନ ନୁହନ୍ତି ଆମେରିକା ଭାରତ ସହ ଛିଡା ହୋଇଥିଲ। ରୁଷରୁ ନୁହେଁ, ଏହା ହେଉଛି ଆମେରିକାରୁ ଅସ୍ତ୍ରଶସ୍ତ୍ର କିଣିବାର ସମୟ। ଏହି ପ୍ରକ୍ରିୟା କିପରି ସରଳୀକୃତ ହୋଇପାରିବ ଆମକୁ ଦେଖିବାକୁ ପଡିବ। ଚୀନ୍‌କୁ ନିୟନ୍ତ୍ରଣ କରିବା ପାଇଁ ଆମକୁ ଭାରତ ସହଯୋଗୀ ଭାବରେ ଦରକାର।
ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ ରୁଷ ବିରୋଧରେ ଛିଡ଼ା ହେବା ପାଇଁ ଆମେରିକା ଭାରତକୁ କହିସାରିଛି।

nis-ad
Leave A Reply

Your email address will not be published.