ବାଣ ଫୁଟି ୩ ଶିଶୁକନ୍ୟା ଆହତ

ଭଦ୍ରକ, ୨୮।୩ ଭଦ୍ରକ ଜିଲା ଵନ୍ତ ବ୍ଲକ ତ୍ରିକୋଣ ଗାଁରେ ଅଘଟଣ ଘଟିଛି । ବାଣ ଫୁଟି ୩ଶିଶୁ କନ୍ୟା ଆହତ ହୋଇଛନ୍ତି । ଗୁରୁତରମାନେ ହେଲେ ଦେବତା ଗଢିଆ ଘର ଅଞ୍ଚଳର ସଵିତା ମୁର୍ମୁ (୯) , ପୂଜା ହାଁସଦା (୧୦), ଵାସନ୍ତି ହାଁସଦା (୮) ।

ଭଦ୍ରକ ଜିଲା ଵନ୍ତ ବ୍ଲକ ତ୍ରିକୋଣ ଗାଁର ଦେବତା ଗଢିଆ ଘର ଅଞ୍ଚଳର ସଵିତା, ପୂଜା ଓ ଵାସନ୍ତୀ ଖେଳୁଥିଲେ। ଏକ ପ୍ଲାଷ୍ଟିକ ବ୍ୟାଗରେ ସୁତୁଲୀ ବାଣ ରହିଥିଲା। ପିଲାମାନେ ଖେଳିବା ବେଳେ ବାଣ ଫୁଟିଲା । ଏଥିରେ ୩ ଜଣ ଶିଶୁ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ଵନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

nis-ad
Leave A Reply

Your email address will not be published.