ଗୃହରେ ମାନସ ପ୍ରସଙ୍ଗ: କ୍ରାଇମ୍‌ବ୍ରାଞ୍ଚ ନୁହଁ ସିବିଆଇ ତଦନ୍ତ ହେଉ: ସାଲୁଜା

ଭୁବନେଶ୍ୱର: ସୋମବାର ବିଧାନସଭାରେ ଉଠିଛି ମାନସ ସ୍ୱାଇଁ ହତ୍ୟା ମାମଲା । ମାମଲାରେ ଜଡ଼ିତ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ କାହିଁକି ଗିରଫ କରାଯାଇ ପାରୁନାହିଁ ବୋଲି ପ୍ରଶ୍ନ ଉଠିଛି । ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ମାନସଙ୍କ ମା’ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁ ନେଇଛନ୍ତି ଏମିତିକି ମମିତା ହତ୍ୟା ମାମଲାରେ ବି ମନ୍ତ୍ରୀଙ୍କ ନାଁ ଉଠିଥିଲା ।

କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦିଆଯାଇଛି ସତ, କିନ୍ତୁ ତଦନ୍ତ ସଠିକ୍ ଦିଗରେ ଯାଉନଥିବା ସେ ଅଭିଯୋଗ ଉଠାଇଛନ୍ତି । ଯେହେତୁ ଗୃହମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆସିଛି, ତେଣୁ ଏହାର ସିବିଆଇ ତଦନ୍ତ କରାଯାଉ ବୋଲି ଶ୍ରୀ ସାଲୁଜା ଦାବି ଉଠାଇଛନ୍ତି ।

nis-ad
Leave A Reply

Your email address will not be published.