ଭୁବନେଶ୍ୱରରେ ଏପ୍ରିଲ୍‌ ୧୫ରୁ ଖେଳାଯିବ ଜାତୀୟ ମହିଳା ଫୁଟବଲ ଲିଗ୍

ଭୁବନେଶ୍ୱର,୨୬/୦୩: ହିରୋ ଇଣ୍ଡିଆନ ୱିମେନ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌) ବା ଜାତୀୟ ମହିଳା ଫୁଟବଲ ଲିଗ୍‌ର ୨୦୨୧-୨୨ ସିଜନ ଆସନ୍ତା ଏପ୍ରିଲ ମାସ ୧୫ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ । ଏ ବିଷୟ ସର୍ବଭାରତୀୟ ଫୁଟବଲ୍‌ ସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଘୋଷଣା କରାଯାଇଛି । ମୋଟ୍‌ ୧୨ଟି ଦଳ ଏଥିରେ ଭାଗ ନେବେ । ଓଡ଼ିଶାରୁ ଓଡ଼ିଶା ପୁଲିସ୍‌ ଓ ସ୍ପୋର୍ଟ୍ସ ଓଡ଼ିଶା ୨ଟି ଦଳ ଭାଗ ନେବ ।

ଭୁବନେଶ୍ୱରର ୩ଟି ଭେନ୍ୟୁରେ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଭେନ୍ୟୁ ମଧ୍ୟରେ ରହିଛି କଳିଙ୍ଗ ଷ୍ଟାଡିୟମ, ସେଭେନ ବାଟାଲିୟନ ଗ୍ରାଉଣ୍ଡ ଓ କ୍ୟାପିଟାଲ ଗ୍ରାଉଣ୍ଡ । ମୁଖ୍ୟ ଲିଗ୍‌ ଆରମ୍ଭ ହେବା ପୂର୍ବରୁ ନୂଆଦିଲ୍ଲୀରେ ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଯୋଗ୍ୟତା ପର୍ଯ୍ୟାୟ ଖେଳାଯିବ ।

ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ରାଉଣ୍ଡ ରବିନ ଫର୍ମାଟ୍‌ରେ ଖେଳାଯିବ । ପ୍ରତ୍ୟେକ ଦଳ ପ୍ରତ୍ୟେକ ଦଳକୁ ଥରେ ଲେଖାଏଁ ଭେଟିବେ। ଶେଷରେ ଲିଗ୍‌ରେ ସର୍ବାଧିକ ପଏଣ୍ଟ ହାସଲ କରିଥିବା ଦଳ ହିଁ ଚାମ୍ପିଅନ ଆଖ୍ୟା ଅର୍ଜନ କରିବ।

nis-ad
Leave A Reply

Your email address will not be published.