ନିର୍ବାଚନ ସରିଲା, କୋଭିଡ ପ୍ରମାଣପତ୍ରକୁ ଫେରିଲା ମୋଦିଙ୍କ ଫଟୋ

ନୂଆଦିଲ୍ଲୀ: ପୁଣିଥରେ କରୋନା ବିରୋଧୀ ଟିକା ପ୍ରମାଣପତ୍ରକୁ ଫେରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ। ୫ ରାଜ୍ୟର ବିଧାନସଭା ନିର୍ବାଚନ ଯୋଗୁ ଟିକା ପ୍ରମାଣପତ୍ର ଗୁଡ଼ିକରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ହଟାଇ ଦିଆଯାଇଥିଲା। ଏବେ ନିର୍ବାଚନ ଶେଷ ହୋଇ ଫଳାଫଳ ପ୍ରକାଶ ପାଇ ସାରିଥିବାରୁ ପୁଣିଥରେ ମୋଦିଙ୍କ ଫଟୋ ଫେରିଛି।
ନିର୍ବାଚନ ପାଇଁ ୫ ରାଜ୍ୟ ଉତ୍ତର ପ୍ରଦେଶ, ମଣିପୁର, ଗୋଆ, ଉତ୍ତରାଖଣ୍ଡ ଓ ପଞ୍ଜାବରେ ଲୋକଙ୍କୁ ଟିକା ଦିଆଯାଉଥିଲେ ମଧ୍ୟ ମୋଦିଙ୍କ ଫଟୋ ପ୍ରମାଣପତ୍ରରେ ରହୁ ନଥିଲା। ଜାନୁଆରୀ ୮ରୁ ମୋଦିଙ୍କ ଫଟୋ ହଟା ଯାଇଥିଲା। କାରଣ ଜାନୁଆରୀ ୮ରେ ଭାରତୀୟ ନିର୍ବାଚନ କମିଶନ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ।
ତାରିଖ ଘୋଷଣା ହେବାରୁ ନିର୍ବାଚନ ଆଚରଣବିଧି ମଧ୍ୟ ଲାଗୁ ହୋଇଥିଲା। ଫଳରେ ଟିକା ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ହଟାଇ ଦିଆଯାଇଥିଲା। ହେଲେ ନିର୍ବାଚନ ପରେ ତୁରନ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ୫ ରାଜ୍ୟର ଟିକା ପ୍ରମାଣପତ୍ରରେ ମୋଦିଙ୍କ ଫଟୋ ଛାପିବା ପାଇଁ ଅଧିକାରୀମାନଙ୍କୁ କହିଥିଲେ। ଏବେ କୋ ୱିନ ଆପ୍‌ରେ ଏନେଇ ଉପଯୁକ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି।

nis-ad
Leave A Reply

Your email address will not be published.