କାଲିଠୁ ଆରମ୍ଭ ହେବ ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଆସନ୍ତା କାଲି ଠାରୁ ରାଜ୍ୟ ବିଧାନସଭାରେ ବଜେଟ୍ ଅଧିବେଶନ ବସିବାକୁ ଯାଉଛି । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ବିଶେଷ ଭାବରେ ବିଧାନସଭା ସମ୍ମୁଖରେ ରାସ୍ତା ବନ୍ଦ କରାଯାଇ ଆଇଜି ପାର୍କ ଦେଇ ଟର୍ଣ୍ଣ କରାଯାଇଛି । ଏହା ସହିତ ଭିତରପଟ ରାସ୍ତାରେ କିଭଳି ଭାବରେ ଟ୍ରାଫିକ୍ ଜାବ୍ ନହେବ ସେଥି ପାଇଁ ପ୍ରତି ୨୦୦ ମିଟରରେ ଜଣେ ଲେଖାଏଁ ଟ୍ରାଫିକ୍ ପୋଲିସ୍‌ଙ୍କୁ ନିୟୋଜିତ କରାଯାଇଛି ।

ଏହା ସହିତ ପୁରା ଧାରଣାସ୍ଥଳରେ ୩୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ସ୍ଥିତି ଉପରେ ୧୦୦ରୁ ଉର୍ଦ୍ଧ୍ୱ ଅଫିସରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ପୁରା ସୁରକ୍ଷା ବ୍ୟବସ୍ଥା ନେଇ ଗତକାଲି ପୋଲିସ୍ ଡିଜି ସମୀକ୍ଷା ମଧ୍ୟ କରିଛନ୍ତି । ଏହା ସହିତ କୌଣସି ମଧ୍ୟ ବିଶୃଙ୍ଖଳା ଜନିତ ସ୍ଥିତି ଏଡାଇବା ପାଇଁ ବିଧାନସଭା ଓ ଧାରଣାସ୍ଥଳରେ ସିସିଟିଭି କ୍ୟାମେରା ଖଞ୍ଜାଯିବା ସହ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । କଣ୍ଟ୍ରୋଲ ରୁମରୁ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେବ ।

ଏହାସହିତ ଧାରଣାସ୍ଥଳରେ ତିନି ଥାକିଆ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି । ଆନ୍ଦୋଳନକାରୀ ଯେମିତି ସୁରକ୍ଷା ବଳୟକୁ ଭେଦ କରି ନ ପାରନ୍ତି ତାହା ଉପରେ ବିଶେଷ ନଜର ରଖାଯିବ । ଆତ୍ମାହୁତି ଦେବାକୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ସାଦା ପୋଷାକଧାରୀ ପୁଲିସ ନଜର ରଖିବେ ବୋଲି ସୂଚନା ରହିଛି ।

nis-ad
Leave A Reply

Your email address will not be published.