କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ଭଦ୍ରକରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ

ଭଦ୍ରକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର 5 ଜଣିଆ ଟିମ । ଆଜି(ଗୁରୁବାର) କ୍ରାଇମବ୍ରାଞ୍ଚର DSP କଳ୍ପନା ସାହୁଙ୍କ ନେତୃତ୍ୱରେ ଭଦ୍ରକରେ ପହଞ୍ଚିଛନ୍ତି 5 ଜଣିଆ ଟିମ ।

ଏହି 5 ଜଣିଆ କ୍ରାଇମବ୍ରାଞ୍ଚ ଟିମ ମଧ୍ୟରେରେ ଅଛନ୍ତି DSP କଳ୍ପନା ସାହୁ, ଇନସ୍ପେକ୍ଟର ବିଶ୍ଵପ୍ରକାଶ ରାଉତ, ସବଇନସ୍ପେକ୍ଟର ଅବଧୁତ ବାରିକ, ASI ତନୁଶ୍ରୀ ନାୟକ ଏବଂ ଆଶୁତୋଷ ପ୍ରଧାନ । ଏମାନେ କ୍ୟାମେରାମ୍ୟାନଙ୍କ ହତ୍ୟା ମାମଲାର ସବିଶେଷ ବିବରଣୀ ଭଦ୍ରକ SPଙ୍କୁ ପଚାରି ବୁଝିବେ । ସେପଟେ ଗତକାଲି(ବୁଧବାର) ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇକୁ ବିଜୟୱାଡାରୁ ଆଣିଛି ଭଦ୍ରକ ପୋଲିସ ।

ପୁରା ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି ପୋଲିସ ଡିଜି । ଏହାପରେ କ୍ରାଇମବ୍ରାଞ୍ଚ ୨ ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି । ଗୋଟିଏ ଟିମ୍ ଶର୍ମିଷ୍ଠାକୁ ଧରିବା ପାଇଁ ବାହାର ରାଜ୍ୟକୁ ଯାଇ ଥିବାବେଳେ ଅନ୍ୟଟି ହତ୍ୟାକାଣ୍ଡରେ ଲିଙ୍କ ଥିବା ୩ ଜିଲ୍ଲାରେ ଖୋଳତାଡ କରୁଛି ।

nis-ad
Leave A Reply

Your email address will not be published.