୨ ବର୍ଷ ପରେ ହଟିଲା କୋଭିଡ୍‌ ମହାମାରୀ ଆଇନ

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷ ପରେ ମହାମାରୀ ଆଇନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରସରକାର। କେନ୍ଦ୍ର ଗୃହ ମନ୍ତ୍ରଣାଳାୟ ପକ୍ଷରୁ ଏହି ଆଇନ୍‌କୁ ହଟାଇବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ କୋଭିଡ୍‌ ସଚେତନତା ଦୃଷ୍ଟିରୁ ସ୍ୱାସ୍ଥ୍ୟ ବିଭାଗର ଏସଓପିକୁ ମାନିବାକୁ ପରାମର୍ଶ ଦିଆଯାଇଛି।
ସମଗ୍ର ବିଶ୍ୱରେ କୋଭିଡ୍‌ ସଂକ୍ରମଣ ବ୍ୟାପିବା ପରେ ଏହାକୁ ମହାମାରୀ ବର୍ଗରେ ସାମିଲ କରି କେନ୍ଦ୍ର ସରକାର ମହାମାରୀ ଆଇନ୍ ଘୋଷଣା କରିଥିଲେ। ଏବେ କୋଭିଡ୍‌ ସଂକ୍ରମଣ କମିବା ପରେ କେନ୍ଦ୍ର ସରକାର ଏହି ଆଇନ୍‌କୁ ହଟାଇବାକୁ ଯାଉଛନ୍ତି।
କୋଭିଡ୍‌ କେସ୍ ଲୋଡ୍ ଏବଂ ଡେଲି ପଜିଟିଭିଟି ହାର କମିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବଙ୍କ ଚିଠି ଲେଖିଛନ୍ତି। ଫେବ୍ରୁଆରୀ ୨୫ ପରେ ଆଉ ସାନି କଟକଣା ଲଗାଇନି ଗୃହ ମନ୍ତ୍ରାଳୟ। କେବଳ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ମାନିବାକୁ ପରାମର୍ଶ ଦିଆଯାଇଛି।
ମାର୍ଚ୍ଚ ୩୧ରେ ଏହି ଆଇନ୍‌ ହଟିଯିବ। କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଛି ଯେ, ମାର୍ଚ୍ଚ ୩୧ ପରେ ଦେଶରେ କୋଭିଡ୍‌ ନିରାପତ୍ତା ପାଇଁ ମାର୍ଚ୍ଚ ୩୧ ପରେ ଆଉ ବିପର୍ଯ୍ୟୟ ପରିଚାଳନା ଆକ୍ଟ ଲାଗୁ ହେବ ନାହିଁ। କିନ୍ତୁ ସର୍ବସାଧାରଣରେ ମାସ୍କ ପିନ୍ଧିବା ଅନିର୍ବାଯ୍ୟ ବୋଲି କୁହାଯାଇଛି। ସେହିପରି କୋଭିଡ ସଂକ୍ରାନ୍ତ ନେଇ ଆଉ ବିପର୍ଯ୍ୟୟ ପରିଚାଳନା ଆକ୍ଟ ମଧ୍ୟ ଲାଗୁ ହେବ ନାହିଁ। ଏହି ଆଇନ୍‌ର ଅବଧି ‌ଆସନ୍ତା ମାର୍ଚ୍ଚ ୩୧ରେ ସରିବା।
ସେହି ଅନୁଯାୟୀ କୋଭିଡ୍ ସଂକ୍ରାନ୍ତୀୟ ସବୁ କଟଣାକୁ ହଟାଇବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଯେତେବେଳେ ଚାଇନା, ଦକ୍ଷଣି କୋରିଆ, ଭିଏତନାମ, ଫାନ୍ସ, ଏବଂ ଜର୍ମାନୀ ଭଳି ଦେଶରେ ଓମିକ୍ରନର ସବ୍‌ ଭ୍ୟାରିଆଣ୍ଟ BA.2-a ବ୍ୟାପୁଛି ସେତିକିବେଳେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ମହାମାମାରୀକୁ ମୁକାବିଲା କରିବାରେ ବିଶ୍ୱର ଅନତମ ସଫଳ ରାଷ୍ଟ୍ର ଭାବେ ଭାରତ ବିବେଚିତ ହୋଇଛି। ମହାମାରୀକୁ ମୁକାବିଲା ପାଇଁ କେନ୍ଦ୍ର ସରକାର ଟିକାକରଣ ଅଭିଜାନକୁ ବ୍ୟାପକ କରିଥିଲେ । ମାର୍ଚ୍ଚ ୨୩ ସୁଦ୍ଧା ଦେଶରେ ୧,୮୧,୮୯,୧୫,୨୩୪ ଜଣଙ୍କୁ ଟିକା ଦିଆଯାଇଛି। ୨୦୨୦ ମାର୍ଚ୍ଚ ୨୪ରୁ ଦେଶରେ ମହାମାରୀ କଟକଣା ଲାଗିଥିଲା।

nis-ad
Leave A Reply

Your email address will not be published.