ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ

ପୁରୀ: ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥ କାଠ । ନୟାଗଡ଼ ବନଖଣ୍ଡ ଅଞ୍ଚଳରୁ ୧୮ ଖଣ୍ଡ ଅସନ ଓ ଧଉରା କାଠ ଆଜି ଆସି ରଥ ଖଳାରେ ପହଞ୍ଚିଛି ।

ତେବେ ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି । ୧୮ ଖଣ୍ଡ ମଧ୍ୟରୁ ୧୨ ଫୁଟର ଅସନ ଓ ଧଉରା ୫ ଖଣ୍ଡ ସହ ୨୦ ଫୁଟ ଲମ୍ବର ଅସନ ଓ ଧଉରା ୧୩ ଖଣ୍ଡ କାଠ ଆସି ପହଞ୍ଚିଛି ।

ତେବେ ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ଗତ ବର୍ଷ ୮୦ ଖଣ୍ଡ କାଠ ବଳକା ରହିଛି । ରଥ ନିର୍ମାଣ ପାଇଁ ମୋଟ ଆଉ ୭୮୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮୧ ଖଣ୍ଡ କାଠ ରଥଖଳାରେ ପହଞ୍ଚି ସାରିଛି । ଆଉ ବଳକା ୭୦୪ ଖଣ୍ଡ କାଠ ଖୁବ ଶୀଘ୍ର ନୟାଗଡ଼ ଓ ବୌଦ୍ଧ ବନଖଣ୍ଡରୁ ଆସି ପହଞ୍ଚିବ ।

nis-ad
Leave A Reply

Your email address will not be published.