ବିଏମସି ନିର୍ବାଚନ : ୬୭ଟି ଓ୍ବାର୍ଡ ପାଇଁ ୭୦୫ଟି ମତଦାନ କେନ୍ଦ୍ର

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମରେ ୬୭ଟି ୱାର୍ଡରେ ନିର୍ବାଚନ ପାଇଁ ୭୦୫ ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ । ତନ୍ମଧ୍ୟରେ ୫ ଟି ଗୋଲାପୀ ବୁଥ ରହିଛି । ପ୍ରତି ଗୋଲାପୀ ବୁଥରେ ପ୍ରିଜାଇଡିଂ ଅଧିକାରୀଙ୍କ ସମେତ ୫ ଜଣ ମହିଳା ପୋଲିଂ କର୍ମଚାରୀ ରହିବେ ।

ପ୍ରତି ବୁଥରେ ମେୟର ପ୍ରାର୍ଥୀ ପାଇଁ ଗୋଟିଏ ଲେଖାଏଁ ଓ କର୍ପୋରେଟର ପ୍ରାର୍ଥୀ ପାଇଁ ଗୋଟିଏ ଲେଖାଏଁ ଅଲଗା ଅଲଗା ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍‌ ବ୍ୟବହୃତ ହେବ । ନିୟମାନୁସାରେ ଜରୁରୀସେବା ପାଇଁ ୨୫ ପ୍ରତିଶତ ଭୋଟିଂ ମେସିନ୍କୁ ମିଶାଇଲେ ୭୦୫ ଟି ମତଦାନ କେନ୍ଦ୍ର ପାଇଁ ଉଭୟ ମେୟର ଓ କର୍ପୋରେଟର ପାଇଁ ମୋଟ ୧୭୬୩ଟି ବ୍ୟାଇଟ ୟୁନିଟ୍ ଓ ୧୭୬୩ ଟି କଣ୍ଟ୍ରୋଲ ୟୁନିଟ୍ ବ୍ୟବହୃତ ହେବ । ମତଦାନ ସକାଳ ୮ରୁ ସଂଧ୍ୟା ୫ଟା ଯାଏ ଚାଲିବ । ନିର୍ବାଚନ ପରିଚାଳନା ପାଇଁ ସେକ୍ଟର ଅଫିସରମାନେ ନିୟୋଜିତ ହୋଇଛନ୍ତି । ଭୁବନେଶ୍ବର ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟ ଆର୍ଟସ୍ ବ୍ଲକ ଠାରେ ଷ୍ଟ୍ରଙ୍ଗରୁମ୍ କରାଯାଇଛି ବୋଲି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର୍ ସ୍ୱାଇଁ କହିଛନ୍ତି ।

nis-ad
Leave A Reply

Your email address will not be published.