ଯୋଗଗୁରୁ ପଦ୍ମଶ୍ରୀ ସ୍ବାମୀ ଶିବାନନ୍ଦଙ୍କ ନମ୍ରତା ଏବେ ଚର୍ଚ୍ଚାରେ

ନୂଆଦିଲ୍ଲୀ: ବୟସ କିମ୍ବା ପଦବୀ ମଣିଷକୁ ବଡ଼ କରେନି । ବଡ଼ ବୋଲି ପରିଚିତ ଦିଏ ନମ୍ରତା ଏବଂ ସରଳତା । ସେହ ସରଳତା ପାଇଁ ଆଜି ଚର୍ଚ୍ଚାରେ ଯୋଗ ଗୁରୁ ସ୍ୱାମୀ ଶିବାନନ୍ଦ । ନିଜର କର୍ମ ତପ୍ତର ପ୍ରତିଭା ଏବଂ ପରକାଷ୍ଠାର ପୁରସ୍କାର ପାଉଥିବା ସ୍ୱାମୀ ଶିବାନନ୍ଦ ସଭିଙ୍କୁ ସ୍ତମ୍ଭୀଭୁତ କରିଦେଇଥିଲେ । ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜ ଆସନରେ ବସିପାରିନଥିଲେ ।
୨୧ ତାରିଖ ଅପରାହ୍ନ ସମୟ, ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯାଉଥାଏ ପଦ୍ମ ସମ୍ମାନ । ଏହି ସମୟରେ ଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଥିବା ୧୨୫ ବର୍ଷୀୟ ବୃଦ୍ଧଙ୍କ ନାମ ଘୋଷଣା କରାଯାଇଥିଲା । ପରବର୍ତ୍ତୀ ସମୟରେ ଶତାୟୁ ବୃଦ୍ଧ ଶିବାନନ୍ଦଙ୍କ ଆଗମନ ଏବଂ ନମ୍ରତା ଉପସ୍ଥିତ ଅତିଥିଙ୍କୁ ବିମୋହିତ କରିଥିଲା ।
ଯୋଗଗୁରୁ ସ୍ନାମୀ ଶିବାନନ୍ଦ । ଉତ୍ତରପ୍ରଦେଶରେ ବାସ କରନ୍ତି ଏହି ୧୨୫ ବର୍ଷୀୟ ବୃଦ୍ଧ । ଆଜି ବି ସେ ବେଶ୍ ସୁସ୍ଥ ଓ କର୍ମ ଚଞ୍ଚଳ । ଗତ ସୋମବାର ପଦ୍ମଶ୍ରୀ ପୁରଷ୍କାର ଗ୍ରହଣ କରିବା ଅବସରରେ ତାଙ୍କ ନାମ ଡକାଯିବା ମାତ୍ରେ, ଶିବାନନ୍ଦ ତାଙ୍କ ଆସନରୁ ଉଠି ଆସିଥିଲେ । ଏହାପରେ ଅତିଥି ଭାବେ ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଣ୍ଠୁମାଡ଼ି ସାଷ୍ଟାଙ୍ଗ ପ୍ରଣାମ କରିଥିଲେ ସ୍ୱାମୀ ଶିବାନନ୍ଦ । ଶତାୟୁ ସ୍ୱାମୀ ଶିବାନନ୍ଦଙ୍କ ଏପରି ଆଚରଣ ପ୍ରଧାନମନ୍ତ୍ରୀଙ୍କୁ ନିଜ ଆସନରୁ ଉଠାଇ ଦେଇଥିଲା । ମୋଦି ମଧ୍ୟ ନିଜ ଆସନରୁ ଉଠି ଦୁଇ ହାତ ତଳେ ଲଗାଇ ପ୍ରତି ନମସ୍କାର ପ୍ରଦାନ କରିଥିଲେ । ମୋଦିଙ୍କୁ ପ୍ରଣାମ କରିବା ପରେ ସ୍ୱାମୀ ଶିବାନନ୍ଦ ରାଷ୍ଟ୍ରପତିଙ୍କ ଆସନ ଆଗରେ ମଧ୍ୟ ଆଣ୍ଠୁ ମାଡ଼ି ଦଣ୍ଡବତ କରିଥିଲେ । ସ୍ୱାମୀ ଶିବାନନ୍ଦଙ୍କ ନମ୍ରତା ଆଗରେ ରାଷ୍ଟ୍ରପତି ମଧ୍ୟ ନମସ୍ୟ ହୋଇଥିଲେ । ନିଜ ଆସନରୁ ଉଠି ଆସି ଶିବାନନ୍ଦଙ୍କୁ ଉଠାଇଥିଲେ ଓ ତାଙ୍କୁ ପଦ୍ମଶ୍ରୀ ପୁରଷ୍କାର ପ୍ରଦାନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ସୂଚନା ଅନୁସାରେ, ୧୮୯୬ ମସିହା ଅଗଷ୍ଟ ୮ ତାରିଖରେ ବଙ୍ଗଳାର ଶ୍ରୀହାତି ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ସ୍ୱାମୀ ଶିବାନନ୍ଦ । କ୍ଷୁଧା କାରଣରୁ ମାତ୍ର ୬ ବର୍ଷ ବୟସରେ ସେ ତାଙ୍କ ପିତା ମାତଙ୍କୁ ହରାଇଥିଲେ । ପିତା ମାତାଙ୍କ ମୃତ୍ୟୁ ପରେ ସେ ବଙ୍ଗଳାରୁ କାଣୀକୁ ଆସି ଗୁରୁ ଓମକାରାନନ୍ଦଙ୍କଠାରୁ ଯୋଗ ଶିକ୍ଷା ଆରମ୍ଭ କରିଥିଲେ । ସେ ନିଜକୁ ଏହି ଆଧୁନିକ ସାମଜଠାରୁ ସବୁବେଳେ ଦୂରେଇ ରଖନ୍ତି । ଯୋଗ ଓ ଧର୍ମ ଶାସ୍ତ୍ରରେ ରୁଚି ରଖୁଥିବା ସ୍ୱାମୀ ସବୁଦିନ ଭୋର ୩ଟାରୁ ଉଠି ଯୋଗ କରନ୍ତି । ଶିବାନନ୍ଦ ବିଗତ ୩ ଦଶନ୍ଧି ଧରି କାଶୀର ଘାଟରେ ଯୋଗ ଶିକ୍ଷା ଦେଉଛନ୍ତି । ୧୨୫ ବର୍ଷ ହୋଇଥିଲେ ମଧ୍ୟ ଏବେ ବି ବେଶ ସୁସ୍ଥ ରହିଛନ୍ତି ଶିବାନନ୍ଦ । ଯେ କେହି ବି ତାଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହେଉଛନ୍ତି। କିନ୍ତୁ ରାଷ୍ଟ୍ରପତି ଭବନରେ ଶତାୟୁ ସ୍ୱାମୀ ଶିବାନନ୍ଦଙ୍କ ଏପରି ନମ୍ରତା ଭାରତୀୟ ସଂସ୍କୃତି ଓ ସଭ୍ୟତାର ଗାରିମା ବୃଦ୍ଧି କରିଛି, ଏହା ନିସନ୍ଦେହ ।

nis-ad
Leave A Reply

Your email address will not be published.