ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ଆଉ ୪ ଗିରଫ

ପୁରୀ: ଶ୍ରୀମନ୍ଦିର ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା ରେ ଆଉ ୪ଜଣଙ୍କୁ ଗିରଫ କରାଯାଇଥିବା ପୁରୀ ଏସପି କନୱର ବିଶାଲ ସିଂହ ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏତଲାରେ ନାମ ଥିବା ୩ଜଣଙ୍କ ସହ ଆଉ ଜଣେ ମଧ୍ୟ ଗିରଫ ହୋଇଥିବା ଏସପି କହିଛନ୍ତି ।

ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଓ ଜଗନ ଖଟେଇ ବୋଲି ସୂଚନା ଦେଇଛନ୍ତି । ଜଗନ ଖଟେଇ ଏମାନଙ୍କୁ ଫେରାର କରେଇବାରେ ସହଯୋଗ କରିଥିଲେ । ସମସ୍ତ ଅଭିଯୁକ୍ତଙ୍କୁ କୋରାପୁଟରୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି । ଏସପିଙ୍କ ସୂଚନା ଅନୁସାରେ ହତ୍ୟା ପରେ ଅଭିଯୁକ୍ତ ମାନେ ବାଇକ ଯୋଗେ ସାତପଡ଼ା ଚାଲିଯାଇଥିଲେ ।

ସେଠାରେ ଚିଲିକାକୁ ଯାଇ ଗୋଟିଏ ବୋଟରେ ଦୁଇ ରାତି କଟାଇଥିଲେ । ପରେ ସେଠାରୁ ରାଜ୍ୟ ବାହାରକୁ ଯିବାକୁ ପ୍ରୟାସ କରୁଥିବା ବେଳେ ପୁଲିସ ସେମାନଙ୍କୁ କୋରାପୁଟ ରୁ ଧରିଛି ବୋଲି ଏସପି ସୂଚନା ଦେଇଛନ୍ତି । ଏଥି ସହିତ ଏସପି ଆହୁରି କହିଛନ୍ତି ଗିରଫ ହୋଇଥିବା ଏହି ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ । ରିମାଣ୍ଡରେ ଆଣିବା ପରେ ପ୍ରଥମେ କ୍ରାଇମ୍ ସିନ୍ ରିକ୍ରିଏଟ କରାଯିବ । ଅଭିଯୁକ୍ତ ଧରାପଡ଼ିଛନ୍ତି ଆଗକୁ ତଦନ୍ତ ଆହୁରି ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ପୁରି ଏସପି କନୱର ବିଶାଲ ସିଂ କହିଛନ୍ତି ।

nis-ad
Leave A Reply

Your email address will not be published.