ହସ୍ପିଟାଲ ଡ୍ରେନରୁ ଉଦ୍ଧାର ହେଲା ନବଜାତ କନ୍ୟା: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର: ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ଆହାର କେନ୍ଦ୍ର ନିକଟରେ ଥିବା ଏକ ଶୁଖିଲା ଡ୍ରେନରୁ ଉଦ୍ଧାର ହୋଇଛି ନବଜାତ କନ୍ୟା ।

ସୂଚନା ଅନୁଯାୟୀ, ରବିବାର ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରେ ଥିବା ଏକ ଡ୍ରେନରୁ ଶିଶୁର କାନ୍ଦ ଶବ୍ଦ ଶୁଣିଥିଲେ ସ୍ଥାନୀୟ ଲୋକ । ନିକଟକୁ ଯାଇ ଦେଖିବା ପରେ ସେଠାରେ ଏକ ନବଜାତ ଶିଶୁ କନ୍ୟା ପଡ଼ିଥିବାର ଦେଖିଥିଲେ, ଏବଂ ସଙ୍ଗେ ସଙ୍ଗେ ଉଦ୍ଧାର କରିଥିଲେ ।

nis-ad
Leave A Reply

Your email address will not be published.