ହୋଲିରେ ମାଆକୁ ହତ୍ୟା କଲା ମଦ୍ୟପ ପୁଅ

ନବରଙ୍ଗପୁର ୧୯।୦୩: ନବରଙ୍ଗପୁରରେ ପୁଅ ହାତରେ ଗଲା ମାଆର ଜୀବନ । ମାଆକୁ ହତ୍ୟା କଲା ମଦ୍ୟପ ପୁଅ । ନବରଙ୍ଗପୁର ଦାରୁବନ୍ଧ ସାହି ବନ୍ଧହୁଡ଼ାରେ ଘଟିଛି ଏହି ଘଟଣା । ଘଟଣା ସ୍ଥଳରେ ପୋଲିସ ପହଂଚି ଅଭିଯୁକ୍ତ ପୁଅ ନବୀନ ଅମନାତ୍ୟକୁ ଗିରଫ କରି ତଦନ୍ତ ଜାରି ରଖିଛି । ସାଇଣ୍ଟିଫିକ ଟିମ ଆସି ତଦନ୍ତ ପରେ ଶବ ଘଟଣା ସ୍ଥଳରୁ ଉଠିବା ସହ ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ଦେଇଛି ପୋଲିସ ।

ସୂଚନା ମୁତାବକ, ଅଭିଯୁକ୍ତ ନବୀନ ଅମନାତ୍ୟ ପ୍ରତ୍ୟେକ ଦିନ ମଦ୍ୟପାନ କରି ପ୍ରାୟ ସବୁ ଦିନ ୭୦ ବର୍ଷରୁ ଉର୍ଦ୍ଧ୍ଵ ବୃଦ୍ଧ ମାଆ ଜେମା ଅମନାତ୍ୟଙ୍କ ସହ ଝଗଡା କରୁଥିଲା । ଶନିବାର ହୋଲି ଖେଳରେ ଅତ୍ୟଧିକ ମଦ୍ୟପାନ କରି ପ୍ରତ୍ୟେକ ଭଳି ଆଜି ମଧ୍ୟ ଗଣ୍ଡଗୋଳ ଲାଗିଥିଲା। ଏହି ସମୟରେ ଉତ୍ତକ୍ଷୀପ୍ତ ହୋଇ ମାଆକୁ ପିଟି ପିଟି ହତ୍ୟା କରିଦେଇଥିଲା । ସାହି ପଡିଶା ମାଆ ଜେମା ଅମନାତ୍ୟାକୁ ଭେଟିବାକୁ ଘରକୁ ଆସିଥିବା ବେଳେ ମାଆକୁ ହତ୍ୟା କରି ପୁଅକୁ ଶବ ପାଖରେ ବସିଥିବା ଦେଖିବାକୁ ପାଇଥିଲେ । ଘଟଣା ବାବଦରେ ନବରଙ୍ଗପୁର ପୋଲିସକୁ ଅବଗତ କରାଇଥିଲେ ।

nis-ad
Leave A Reply

Your email address will not be published.