ସଂକ୍ରମଣ ବଢୁଥିବାରୁ ଭାରତ ସରକାରଙ୍କ ମନରେ ଛନକା ପଶିଲା

ନୂଆଦିଲ୍ଲୀ: ପୁଣିଥରେ ଡରେଇବା ଆରମ୍ଭ କଲାଣି ମହାମାରୀ କରୋନା ଭାଇରସ। ଦକ୍ଷିଣପୂର୍ବ ଏସିଆ ଓ ୟୁରୋପର କିଛି ପ୍ରାନ୍ତରେ କରୋନା ଲେଉଟୁ ଥିବାରୁ ଭାରତ ସରକାରଙ୍କ ଛାତିରେ ଛନକା ପଶିଛି। ଏଥିପାଇଁ ଆଜି କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖି କରୋନା ପ୍ରତି ସତର୍କ ରହିବାକୁ କହିଛନ୍ତି। ଏଥିସହ ସଂକ୍ରମଣକୁ ରୋକିବା ପାଇଁ ୫ ସୂତ୍ରୀ ମନ୍ତ୍ର-ଟେଷ୍ଟ, ଟ୍ରାକ, ଟ୍ରିଟ, କୋଭିଡର ଉଚିତ ବ୍ୟବହାର ଓ ଟିକାକରଣ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଲେଖିଥିବା ଚିଠିରେ ଉପଯୁକ୍ତ ସମୟରେ କରୋନାର ନୂଆ ଭାରିଏଣ୍ଟକୁ ଚିହ୍ନଟ କରିବା ପାଇଁ ନମୁନାର ନିୟମିତ ଜେନୋମ ସିକ୍ୱେନ୍ସିଂ କରିବାକୁ କହିଛନ୍ତି। କରୋନା ବିରୋଧରେ ଟିକା ନେବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ସେ ଚିଠିରେ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି, “ରାଜ୍ୟଗୁଡ଼ିକ ନୂଆ ଭାରିଏଣ୍ଟ ଚିହ୍ନ ପାଇଁ ନମୁନା ଗୁଡ଼ିକର ଜେନୋମ ସିକ୍ୱେନ୍ସିଂ କରନ୍ତୁ। ଏହଦ୍ୱାରା ନୂଆ ଭାରିଏଣ୍ଟ ବ୍ୟାପିବା ପୂର୍ବରୁ ଠାବ କରାଯାଇ ପାରିବ। ଟେଷ୍ଟିଂ ପାଇଁ ଆଇସିଏମଆର ଧାର୍ଯ୍ୟ କରିଥିବା ନିୟମ ଗୁଡ଼ିକ ମଧ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଳନ କରନ୍ତୁ।
ନୂଆ କେସ୍‌ ଠାବ ହେବା ମାତ୍ରେ ସର୍ଭେଲାନ୍ସକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରନ୍ତୁ। ଏହାଦ୍ୱାରା ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇ ପାରିବ। ରାଜ୍ୟଗୁଡ଼ିକ ଲୋକମାନେ କେମିତି ଭିଡ଼ ସମୟରେ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ପାଳନ କରିବେ ଓ ସାନିଟାଇଜର ବ୍ୟବହାର କରିବେ, ତା’ର ବ୍ୟବସ୍ଥା କରିବା ଦରକାର। ଏହି ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉ।
ଅର୍ଥନୀତିକ ଓ ସାମାଜିକ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ କରୋନା ସ୍ଥିତିର ଯାଞ୍ଚ କରନ୍ତୁ। ଏବେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସଂକ୍ରମଣ ବଢ଼ୁଛି। ତେଣୁ ଆମେ କୌଣସି ପ୍ରକାରର ଅବହେଳା କରିପାରିବା ନାହିଁ।”
ଚାଇନା, ହଂକଂ, ବ୍ରିଟେନ, ଦକ୍ଷିଣ କୋରିଆ, ଜର୍ମାନୀ ଭଳି ଦେଶରେ କରୋନାର ଆଉ ଏକ ଲହରୀ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। କାରଣ ଏହି ସବୁ ଦେଶଗୁଡ଼ିକରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତିକୁ ଦେଖି ମାର୍ଚ୍ଚ ୧୬ରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ବୈଠକରେ ପରେ ସେ ରାଜ୍ୟଗୁଡ଼ିକ ଜେନୋମ ସିକ୍ୱେନ୍ସିଂ ଓ ପ୍ରଭାବୀ ସର୍ଭେଲାନ୍ସ ପାଇଁ ପରାମର୍ଶ ଦେଇଛନ୍ତି। ଏକଥାକୁ ଶ୍ରୀ ଭୂଷଣ ନିଜ ଚିଠିରେ ଉଲ୍ଲେଖ କରି ସମସ୍ତଙ୍କୁ ସତର୍କ ରହିବାକୁ କହିଛନ୍ତି।

nis-ad
Leave A Reply

Your email address will not be published.