ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରେ ଅଭିଷେକ ଓ ତାଙ୍କ ପତ୍ନୀ ରୁଜିରାଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ କରିଛନ୍ତି। କୋଇଲା ଦୁର୍ନୀତି ଘଟଣାରେ ଚାଲିଥିବା ତଦନ୍ତରେ ସହଯୋଗ କରିବାକୁ ସେମାନଙ୍କୁ ସମନ ଜରିଆରେ କୁହାଯାଇଛି। ଆସନ୍ତା ମାଚ୍ଚ ୨୧-୨୨ରେ ଉଭୟ ପତ୍ନପତ୍ନୀଙ୍କୁ ହାଜର ହେବାକୁ ଇଡି କହିଛି।
୨୦୨୧ ମସିହା ସେପ୍ଟେମ୍ବର ୬ରେ ଅଭିଷେକ ଏହି ମାମଲାରେ ଇଡିରେ ହାଜର ହୋଇ ବୟାନ ରେକର୍ଡ କରାଇଥିଲେ। ଏହି ସମୟରେ ତାଙ୍କୁ ପ୍ରାୟ ୬ ଘଣ୍ଟା କାଳ ଜେରା କରାଯାଇଥିଲା। ତେବେ ଏହି ଜେରାରେ ଇଡି ସନ୍ତୁଷ୍ଟି ହୋଇନାହିଁ। ତେଣୁ ଏବେ ପୁଣିଥରେ ଅଭିଷେକ ଓ ତାଙ୍କ ପତ୍ନୀଙ୍କୁ ସମନ କରାଯାଇଛି।
ଇଡି କୋଇଲା ଦୁର୍ନୀତିରେ ପତିପତ୍ନୀଙ୍କୁ ବାରମ୍ବାର ସମନ କରୁଥିବାରୁ ଏହା ବିରୋଧରେ ଉଭୟ ୨୦୨୧ ସେପ୍ଟେମ୍ବର ମାସରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। କିନ୍ତୁ ମାର୍ଚ୍ଚ ୧୧ରେ ଏହି ଆବେଦନ ଖାରଜ ହୋଇଯାଇଛି। ଆବେଦନ ଖାରଜ ହେବା ମାତ୍ରେ ହିଁ ଇଡି ଉଭୟକୁ ହାଜର ହେବାକୁ ସମନ ପଠାଇଛି।
ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ଘଟଣାରେ ଉଭୟ ସିବିଆଇ ଓ ଇଡି ମିଳିତ ଭାବେ ତଦନ୍ତ କରୁଛନ୍ତି। ପ୍ରଥମେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପଶ୍ଚିମବଙ୍ଗ ଅନ୍ତର୍ଗତ ଆସାନସୋଲ୍ ଚାରିପଟେ ଥିବା କୁନୁସ୍ତୋରିଆ ଏବଂ କାଜୋରା ଅଞ୍ଚଳରେ ଥିବା ‘ଇଷ୍ଟର୍ଣ୍ଣ କୋଲ୍ଫିଲ୍ଡ୍ସ୍ ଲିମିଟେଡ୍’ର ଖଣିଗୁଡ଼ିକରୁ କୋଟି କୋଟି ଟଙ୍କାର କୋଇଲା ଚୋରିର ଅଭିଯୋଗ ହୋଇଥିଲା।
ଏହି ମାମଲାରେ ୨୦୨୦ ନଭେମ୍ବରରେ ସିବିଆଇ ଫାଇଲ୍ କରିଥିବା ଏଫ୍ଆଇଆର୍ ଅନୁସାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅପରାଧିକ ମାମଲା ରୁଜୁ କରିଛି। କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ପ୍ରଥମେ ପଶ୍ଚିମବଙ୍ଗର ପୁରୁଲିଆ, ବଙ୍କୁରା, ପଶ୍ଚିମବର୍ଦ୍ଧମାନ ଓ କୋଲକାତାର ୧୩ଟି ସ୍ଥାନରେ ରେଡ କରିଥିଲା। ଅମୀୟ ଷ୍ଟିଲ ପ୍ରାଃଲିଃ ପରିସରରେ ବି ସିବିଆଇ ଟିମ ଯାଞ୍ଚ କରିଥିଲା। ପୂରା କୋଇଲା ଚାଲାଣର କିଙ୍ଗ ପିନ୍ ହେଉଛି ଅନୁପ ମାନଝୀ। ତାଙ୍କ ଡେପୁଟି କୁହାଯାଉଥିବା ଜୟଦେବ ମଣ୍ଡଳଙ୍କ ଠିକଣାରେ ସିବିଆଇ ଧରପଗଡ଼ କରିଥିଲା।
ଘଟଣାର ତଦନ୍ତ ବେଳେ ସିବିଆଇ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କ ଭୂମିକା ବିଷୟରେ ଜାଣିବାକୁ ପାଇଥିଲା। ଏହି କାରଣରୁ ତାଙ୍କୁ ଜେରା କରିବାକୁ ସିବିଆଇ ନୋଟିସ୍ କରିଥିଲା। ତାଙ୍କୁ ଜେରା ପରେ ବ୍ୟାଙ୍କ ନେଣଦେଣ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିବାକୁ କୁହାଯାଇଥିଲା। ଉକ୍ତ ଘଟଣାରେ ଶୀଥିଳତା ପଡ଼ିଥିବା ବେଳେ ଇଡି ଗୋଟିଏ ମନି ଲଣ୍ଡିରିଂ ମାମଲାର ଉଭୟ ଅଭିଷେକ ଓ ରୁଜିରାଙ୍କୁ ସମନ କରିଛି।
Sign in
Sign in
Recover your password.
A password will be e-mailed to you.
Next Post