ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲା, ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ

ପୁରୀ : ପୁରୀରେ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲା। ହତ୍ୟାକାଣ୍ଡରେ ସାମିଲ ଥିବା ଅପରାଧୀଙ୍କୁ ଚିହ୍ନଟ କରାଯାଇଛି, ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁରୀ ଏସ୍‌ପି କନଓ୍ୱାର ବିଶାଳ ସିଂହ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ବୁଧବାର ଦିନ ଗୁଳିକରି ହତ୍ୟା କରାଯାଇଥିଲା ।

ଏହି ହତ୍ୟାକାଣ୍ଡ ପରେ ପୋଲିସ ବିଭିନ୍ନ ଟିମ୍‌ ଗଠନ କରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଏହିକ୍ରମରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ । ଏହି ଘଟଣାକୁ ପୋଲିସ ବେଶ୍‌ ଗୁରୁତ୍ୱ ସହ ତଦନ୍ତ କରୁଛି ।

ଘଟଣା ପଛରେ କଣ ସବୁ କାରଣ ଅଛି । ସେନେଇ ଖୋଲତାଡ କରୁଛି ପୋଲିସ । ଖାସ୍‌ କରି ବ୍ୟକ୍ତି ଗତ ଶତ୍ରୁତା, ଜମିଜମା ମାମଲା, ଗୁନ ସିଂହାରୀ ହତ୍ୟା କାଣ୍ଡ ଘଟଣା ସହ ଅନ୍ୟ ସମସ୍ତ ଦିଗ ଉପରେ ପୋଲିସ ଅନୁଧ୍ୟାନ କରୁଛି।

nis-ad
Leave A Reply

Your email address will not be published.