ଏପ୍ରିଲ ୪ରୁ ସକାଳୁଆ ଚାଲିବ ସମସ୍ତ କୋର୍ଟ

କଟକ: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ତାପମାତ୍ରା । ଦିନରେ ତାପମାତ୍ରା ୩୯ଂ ଉପରେ ରହୁଛି । ଫଳରେ ରାସ୍ତାରେ ଚାଲିବା ମଧ୍ୟ ମୁସ୍କିଲ ହେଉଛି । ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ଏଭଳି ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ଏପ୍ରିଲ ୪ ତାରିଖରୁ ରାଜ୍ୟର ସମସ୍ତ କୋର୍ଟ ସକାଳୁଆ ଚାଲିବ । ସକାଳ ୭ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ କୋର୍ଟ କାର୍ଯ୍ୟ ।

ମଝିରେ କେବଳ ୧୦ ଟାରୁ ୧୦ ଟା ୩୦ ପର୍ଯ୍ୟନ୍ତ ଅଧଘଣ୍ଟା ବିରତି ରହିବ । ତେବେ ବିଭିନ୍ନ ମାମଲାର ଶୁଣାଣି ସକାଳ ସାଢେ ୭ ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ସାଢେ ୧୨ ଟା ପର୍ଯ୍ୟନ୍ତ ଚାଲିବ । ଭୁବନେଶ୍ୱର, ପୁରୀ ସଦର, ବ୍ରହ୍ମପୁର, ଛତ୍ରପୁର ଓ କୋରାପୁଟ କୋର୍ଟରେ ଏହି ନିୟମ କାର୍ଯ୍ୟକାରୀ ହେବନାହିଁ । ଏହି ନିୟମ ଗ୍ରୀଷ୍ମ ଅବକାଶର ଶେଷ କାର୍ଯ୍ୟ ଯାଏଁ ବଳବତ୍ତର ରହିବ । ଏନେଇ ସମସ୍ତ ଜିଲ୍ଲା ଜଜଙ୍କୁ ହାଇକୋର୍ଟ ଙ୍କ ରେଜିଷ୍ଟ୍ରାର ଚିଠି ଲେଖି ଅବଗତ କରିଛନ୍ତି ।

nis-ad
Leave A Reply

Your email address will not be published.