ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରିଙ୍କୁ ଗୁଳି କରି ହତ୍ୟା ମାମଲାରେ ଜଣେ ଅଟକ

ପୁରୀ : ପୁରୀ ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରିଙ୍କୁ ଗୁଳି କରି ହତ୍ୟା ମାମଲାରେ ଜଣଙ୍କୁ ଅଟକ ରଖିଛି ପୋଲିସ । କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୁଣ୍ଡରେ ଓ ଛାତିରେ ୪ଟି ଗୁଳି ବାଜିଥିବା ଜଣାପଡିଛି । ଗୁଳିକାଣ୍ଡ ପରେ ତାଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରିଥିଲେ ଡାକ୍ତର । ହତ୍ୟାକାଣ୍ଡ ଘଟିଥିବା ପୁରୀ ବାରବାଟି ଜାଗାରେ ଫରେନସିକ ଟିମ ପହଂଚି ଛାନଭିନ୍ କରୁଛି ।

ଘଟଣାସ୍ଥଳରୁ ରକ୍ତ ଜୁଡ଼ୁବୁଡ଼ କାଗଜ, ୪ହଳ ଚପଲ ଓ ୪ଟି ଖୋକା ଜବତ କରିଛି ଫରେନସିକ୍ ଟିମ୍ । ଘଟଣାସ୍ଥଳରେ ପହଂଚି ସମ୍ପୂର୍ଣ୍ଣ ଘଟଣାର ଅନୁଧ୍ୟାନ କରିଛି ଫରେନସିକ୍ ଟିମ୍ । ସେପେଟ ଏହି ଘଟଣାକୁ ନେଇ ପୁରୀ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ଭାଇ ନରସିଂହ ପ୍ରତିହାରି ।

nis-ad
Leave A Reply

Your email address will not be published.