ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ୍‌ ଠାବ

ମାଲକାନଗିରି : ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜାଯାଇଥିଲା ଲ୍ୟାଣ୍ଡମାଇନ୍‌ । ସର୍ଚ୍ଚ ଅପରେସନ ବେଳେ ଠାବ କରି ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, କରିଗୁଡେମ ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ତେବେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଏକ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ । ହେଲେ ସିଆରପିଏଫର ୧୫୦ ବାଟାଲିଆନର ଜବାନ ମାନେ ସେହି ରାସ୍ତା ଦେଇ ଯାଇଥିବା ସମୟରେ ଯାଞ୍ଚ କରିଥିଲେ । ପରେ ସେଠାରେ ପ୍ରାୟ ୧୦ କିଲୋଗ୍ରାମ ଓଜନର ଲ୍ୟାଣ୍ଡମାଇନ୍‌ ଲାଗିଥିବା ଜଣାପଡିଥିଲା । ସିଆରପିଏଫ ଓ ଡିଆରଜି ବାହିନୀ ମିଳିତ ଭାବେ ଏହାକୁ ଜବତ କରି ବିସ୍ଫୋରଣ କରିଛନ୍ତି । ନକ୍ସଲ ଙ୍କ ଟାର୍ଗେଟରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୁରକ୍ଷା କର୍ମୀ ।

nis-ad
Leave A Reply

Your email address will not be published.