କୋଭିଡ୍‌-୧୯ କ୍ଷତିପୂରଣ ପାଇବା ପାଇଁ ନକଲି ଡାକ୍ତରୀ ପ୍ରମାଣପତ୍ର ବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ନକଲି ଡାକ୍ତରୀ ପ୍ରମାଣପତ୍ର ଆଧାରରେ କୋଭିଡ୍‌-୧୯ ଜନିତ ମୃତ୍ୟୁ ପାଇଁ ୫୦,୦୦୦ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପାଇବା ପାଇଁ ହେଉଥିବା ଦାବିକୁ ନେଇ ସୋମବାର ସୁପ୍ରିମ କୋର୍ଟ ପୁଣି ଚିନ୍ତା ପ୍ରକଟ କରିଛନ୍ତି।
ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ ଏମଆର ଶାହାଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଏସଂପର୍କରେ ଉଦବେଗ ଓ ଚିନ୍ତା ପ୍ରକଟ କରିବା ସହ ସୂଚାଇ ଦେଇଛନ୍ତି ଯେ କ୍ଷତିପୂରଣ ହାତେଇବା ପାଇଁ ନକଲି ଦାବି ରିପୋର୍ଟ ଉପରେ ଆବଶ୍ୟକ ପଡ଼ିଲେ ଭାରତର କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ (ସିଏଜି)ଙ୍କ ଦ୍ୱାରା ତଦନ୍ତ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇପାରିବେ।
ଖଣ୍ଡପୀଠ କହିଛନ୍ତି, ‘ଆମେ କେବେ ବି କଳ୍ପନା କରିପାରୁ ନାହୁଁ ଯେ ମୃତ୍ୟୁ ଜନିତ କ୍ଷତିପୂରଣ ପାଇବାକୁ ଏହି ପ୍ରକାରର ନକଲି ଦାବି ଆସିପାରେ ବୋଲି। ଏହା ଏକ ଧାର୍ମିକ କାର୍ଯ୍ୟ। ଆମେ କେବେ ଭାବି ନଥିଲୁ ଯେ ଏହି ଯୋଜନାର ଅପବ୍ୟବହାର କରାଯାଇ ପାରିବ ଏବଂ ଯଦି ଅଧିକାରୀମାନେ ଏଥିରେ ଜଡିତ ହୁଅନ୍ତି, ତେବେ ଏହା ଆହୁରି ଖରାପ ବୋଲି ଖଣ୍ଡପୀଠ କହିଛନ୍ତି’।
ଖଣ୍ଡପୀଠ ଆଶ୍ଚର୍ଯ୍ୟ ହୋଇ କହିଛନ୍ତି ଯେ ଆମର ନୈତିକତାର ଅଧୋପତନ ସଂପ୍ରତି ଏତେ ମାତ୍ରାରେ ହ୍ରାସ ପାଇଛି ଯେ ଆମେ ମୃତ୍ୟୁକୁ ନେଇ ନକଲି ଓ ମିଥ୍ୟା ଦାବି କରିବା ପାଇଁ ସୁଦ୍ଧା କୁଣ୍ଠିତ ହେଉନାହୁଁ।
ଆଜିର ଶୁଣାଣି ସମୟରେ କେନ୍ଦ୍ର ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠଙ୍କୁ ସୂଚନା ଦେଇଥିଲେ ଯେ ଆସନ୍ତାକାଲି (ମଙ୍ଗଳବାର) ସୁଦ୍ଧା କୋଭିଡ୍‌-୧୯ କ୍ଷତିପୂରଣ ପାଇଁ ନକଲି ଆବେଦନ ସମ୍ବନ୍ଧୀୟ ଆବେଦନ ଦାଖଲ କରାଯିବ।

nis-ad
Leave A Reply

Your email address will not be published.