ଖାକୀ ରେ ଲାଗିଲା ଦାଗ : ଗଂଜେଇ ଚାଲାଣରେ ସଂପୄକ୍ତ ନେଇ ଏ ଏସ୍.ଆଇ ଙ୍କ ସହ ୪ ଗିରଫ…

ମାଲକାନଗିରି : ଚୋରା ଗଞ୍ଜେଇ ଚାଲାଣରେ ସଂପୄକ୍ତ ନେଇ ମାଲକାନଗିରି ପୋଲିସ ଜଣେଏ ଏସ୍.ଆଇ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୁରକ୍ଷା ଦେବା ସହ ଚୋରା କାରାବାର ରୋକିବା ନେଇ ସପଥ ନେଇଥିବା ବେଳେ ବାଡ‌ଖେତ ଖାଇବା ନ୍ୟାୟରେ ଜଣେ ପୋଲିସ ବାବୁ ଙ୍କ ଏହି କାରନାମା ଖାକିରେ କଳଙ୍କ ଲଗାଇଛି ଏବଂ ମାଲକାନଗିରି ସଦର ପୋଲିସ ଦ୍ବାରା ଜଣେ ପୋଲିସ ଏସ୍ ଆଇ ଗିରଫ ହୋଇଛିନ୍ତି । ଘଟଣାରୁ ପ୍ରକାଶ ଯେ କର୍ତ୍ତନପାଲି ଫୀଣ୍ଡିରେ କାର୍ଯ୍ୟରତ ଏ ଏସ ଆଇ ଜୟଦାଶ‌ ଖରା ଦୀର୍ଘଦିନ ହେବ ଚୋରା ଗଞ୍ଜେଇ ଚାଲାଣରେ ସଂପୃକ୍ତ‌ଥାଇ ବାହାର ରାଜ୍ୟର ଗଞ୍ଜେଇ ମାଫିଆଙ୍କଠାରୁ ମୋଟା ଅଙ୍କର ଟଙ୍କାନେଇ ଗଞ୍ଜେଇ ଚାଲାଣରେ ସହୋଯଗ କରୁଥିଲେ । ଏଥିନେଇ ପୋଲିସର ଏକ ସ୍ବତନ୍ତ୍ର ଟିମ ଚିତ୍ରକୋଣ୍ଡା ଏସ୍ ଡି‌ପିଓ ଅଂଶୁମାନ ଦ୍ବିବେଦି ମାଲକାନଗିରି ଏସ୍ ଡି ପିଓ ଙ୍କ ନେତୃତ୍ୟରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ ତେବେ ଶ୍ରୀ ଖରା ଗଞ୍ଜେଇ ମାଫିଆଙ୍କ ସହ ଏକ ଗାଡିରେ ସିମାନ୍ତ ଛତିଶଗଡକୁ ଚାଲାଣ କରୁଥିବାସବେଳେ ତାଙ୍କୁ ଗିରଫ କରିଥିଲେ । ତେବେ ଖରା ପୂର୍ବରୁ ମଧ୍ୟ ଏଭଳି ଗଞ୍ଜେଇ କାରାବାରରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରମାଣ ଅଭାବରୁ ଖସିଯାଉଥିଲେ ତେବେ ପୋଲିସ ଏ ଏସ ଆଇ ଯିଏକି ଚୋରିକୁ ରୋକିବା ପରିବର୍ତ୍ତେ ଚୋରା ଚାଲାଣ କରୁଥିବା ନେଇ ବିଭିନ୍ୱ ମହଲରେ ଚର୍ଚ୍ଚାର ବିଷୟ ପାଲିଟିଛି ।

nis-ad
Leave A Reply

Your email address will not be published.