ସରିଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ରାଜ୍ୟର ଅଧିକାଂଶ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବାଜିମାତ୍

ଘୋଡାବେପାର ଅଭିଯୋଗ ଓ ନେତାଙ୍କ ଛକାପଞ୍ଝା ଭିତରେ ରାଜ୍ୟର ସବୁ ପଞ୍ଚାୟତ ସମିତିକୁ ନୂଆ ଅଧ୍ୟକ୍ଷ ମିଳିଛି । ନବ ନିର୍ବାଚନ ପଞ୍ଚାୟତ ସମିତି ସଭ୍ୟ ମାନେ ନିଜ ଭିତରୁ ଜଣଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିଛନ୍ତି । ରାଜ୍ୟର ଅଧିକାଂଶ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ହୋଇଥିବା ସୂଚନା ମିଳିଛି ।

ଶେଷ ଖବର ସୁଦ୍ଧା ରାଜ୍ୟର ୨୭୮ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ବିଜେପି ସମର୍ଥିତ ପ୍ରାର୍ଥୀ ୨୧ ବ୍ଲକରେ ଚେୟାରମ୍ୟାନ ହୋଇଛନ୍ତି । ୧୩ ବ୍ଲକରେ କଂଗ୍ରେସ ମସର୍ଥିତ ପ୍ରାର୍ଥୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ହୋଇଥିବା ସୂଚନା ମିଳିଛି । ସେପଟେ ୧୭ ଜିଲ୍ଲାରେ କୌଣସି ବ୍ଲକରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟ ହୋଇନାହାନ୍ତି । ୨୨ଟି ଜିଲ୍ଲାର କୌଣସି ବ୍ଲକରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ହୋଇ ପାରିନାହାନ୍ତି ।

nis-ad
Leave A Reply

Your email address will not be published.