ପୂର୍ବତନ ବିଧାୟକ ଓ ମନ୍ତ୍ରୀମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦେବାକୁ ଭଗୱନ୍ତ ମାନ୍ ନିର୍ଦ୍ଦେଶ ଦେଲେ

ନୂଆଦିଲ୍ଲୀ: ଆସୁ ଆସୁ କ୍ଷମତାର ଦମ ଦେଖାଇଲେ ଆପ୍‌ ନେତା ଭଗୱନ୍ତ ମାନ୍‌। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପଞ୍ଜାବର ପୂର୍ବତନ ବିଧାୟକ ଓ ମନ୍ତ୍ରୀମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦେବାକୁ ଭଗୱନ୍ତ ମାନ୍ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ଥର ପାଇଁ ପଞ୍ଜାବ ରାଜନୀତିରେ ଶାସନ କ୍ଷମତା ହାତେଇବା ପରେ ଆପ୍‌ର ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ମାର୍ଚ୍ଚ ୧୬ରେ ଶପଥ ନେବାକୁ ଯାଉଛନ୍ତି।
ତେବେ ତାପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇ ବିରୋଧୀଙ୍କୁ ଝଟ୍‌କା ଦେଇଛନ୍ତି ଭଗୱନ୍ତ ମାନ୍‌। ପଞ୍ଜାବର ପୂର୍ବ ସରକାର ସମୟରେ ନେତମାନେ ପାଇଥିବା ଭିଭିଆଇପି ଏବଂ ଭିଆଇପି ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦେବାକୁ ସେ ମୌଖିକ ଭାବେ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି। କେବଳ ବାଦଲ ପରିବାରକୁ ଛାଡ଼ି ଅନ୍ୟ ପୂର୍ବତନ ବିଧାୟକ ଏବଂ ଏମପି ମାନଙ୍କର ସୁରକ୍ଷା ବ୍ୟବସ୍ଥା ଅପସାରଣ କରିବାକୁ ନିର୍ଦ୍ଦେଶ ଦିଆଯାଛି। ସମ୍ପୃକ୍ତ ନେତାମାନଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ନିର୍ଦ୍ଦେଶରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଦିଆଯାଇ ଥିଲା।
ସେହି ଅନୁଯାୟୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରରିନ୍ଦର ସିଂ, ଚରଣ ଜିତ ସିଂ ଚନ୍ନି ଏବଂ ଅନ୍ୟ କଂଗ୍ରେସ ଏବଂ ଅକାଳି ଦଳର ନେତାମାନେ ପାଉଥିବା ସୁରକ୍ଷା ବ୍ୟବସ୍ଥା ହରାଇବେ। ଇତିମଧ୍ୟରେ ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରହିତ୍ ଭଗ‌ୱନ୍ତ ମାନଙ୍କୁ ସରକାର ଗଠନ ପାଇଁ ବିଧିବଦ୍ଧ ଭାବେ ଉପସ୍ଥାପନ କରିବାକୁ କହିଛନ୍ତି। ତାବେ ଆପ ବିଧାକୟମାନଙ୍କର ସମର୍ଥନ ସମ୍ବଳିତ ଦସ୍ତଖତ ନେଇ ରାଜ୍ୟପାଳଙ୍କୁ ଭଗୱନ୍ତ ଭେଟିଥିବା କହିଛନ୍ତି।। ରାଜ୍ୟପାଳ ତାଙ୍କ ସହ ଶପଥ ଉତ୍ସବ ସମ୍ପର୍କରେ ଆଲୋଚନା କରିଛନ୍ତି। ଭଗୱନ୍ତ ନିଜ ପୈତୃକ ଗାଁ ଖଟ୍‌କର କାଲାଣାରେ ମୁଖ୍ୟମନ୍ତ୍ରୀଭାବେ ମାର୍ଚ୍ଚ୧୬ରେ ଶପଥ ନେବେ। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନ ସଭା ଆସନରେ ଆପ୍‌ ୯୨ଟି ଆସନ ଜିତିଛି।

nis-ad
Leave A Reply

Your email address will not be published.