ଓଡ଼ିଆଙ୍କ ସ୍ଵର ମାତୃଭାଷା ଓଡ଼ିଆ ଭାଷା ଜନନୀର ଜୟ ହେଉ

ଡାକ୍ତର ସାଗର ରଂଜନ ତ୍ରିପାଠୀ
ଭାଷା ଆନ୍ଦୋଳନ ଅଧ୍ଯକ୍ଷ
ଶାଖା ବ୍ରହ୍ମପୁର

ଓଡ଼ିଆ ଶାସ୍ତ୍ରୀୟ ଭାଷା ଘୋଷଣା ଦିବସ ପାଳନ ଅବସରରେ ଅଜସ୍ର ଅଭିନନ୍ଦନ |
ଓଡ଼ିଆ ଭାଷା ର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଆଜି ଦିବସ ସ୍ମରଣୀୟ। ଅନେକ ଭାଷା ବିଶ୍ଵ ରେ ସମୃଦ୍ଧ। କିନ୍ତୁ ଓଡ଼ିଆ ଭାଷା ର ଅତୀତ ପୃଷ୍ଠା ପଢ଼ିଲେ ଯେଉଁ ବିଷୟ ଗୁଡ଼ିକ ଅଧିକ ତଥ୍ୟ ପ୍ରଦାନ କରି ଆମକୁ ବହୁତ ଆନନ୍ଦ ଦିଏ ତାର ତୁଳନା ନାହିଁ। ଅନେକ ଇତିହାସ ର ସାକ୍ଷୀ ରହିଛି ଓଡ଼ିଆ ଭାଷା। ସାହିତ୍ୟ ଓ ସଂସ୍କୃତି ଐତିହ୍ୟ ଓ ପରମ୍ପରା ଉତ୍କର୍ଷତା ର ଭାଷା ସମୃଦ୍ଧ ବିଚାର ଓଡ଼ିଆ ଭାଷା ଆଜି କିନ୍ତୁ ଓଡ଼ିଆ ପ୍ରେମୀ ଭାବରେ ଯେଉଁ ଦାୟିତ୍ଵ ରହିଛି ଆମେ କେତେ ପାଳନ କରୁ ଅନୁଶୀଳନ ବିଷୟ। ବହୁ ଦିନର ଦାବି କୁ କେନ୍ଦ୍ର ସରକାର ଗ୍ରହଣ କରି ବିଭିନ୍ନ ଦିଗକୁ ତର୍ଜମା କରି ଓଡ଼ିଆ ଭାଷା ସମ୍ପଦ ଓ ତାହାର ଅତୀତ ଓ ଭାଷା ର ନିଜସ୍ଵ ପରିଚିତି ପ୍ରଦାନ କରୁଥିବା ଅଭିବ୍ୟକ୍ତି ନିମନ୍ତେ ଭାରତ ସରକାର ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଲା ବୋଲି ବିଜ୍ଞପ୍ତି ପ୍ରକାଶ କରିଲେ। ଚାରି କୋଟି ଓଡିଆଙ୍କ ଗୌରବ ର ମୁହୁର୍ତ୍ତ ଥିଲା ସେ ଦିନ ମାର୍ଚ୍ଚ ମାସ ୧୧ ୨୦୧୪!ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା। ଓଡ଼ିଶା ଭାଷା ଆନ୍ଦୋଳନ ର ସ୍ଵର ମଧ୍ୟ ଶାଣିତ ହେବା ପରେ ରାଜ୍ୟ ସରକାର ଓଡ଼ିଆ ଭାଷା ପ୍ରତି ଅଧିକରୁ ଅଧିକ ଧ୍ୟାନ ଦେଉଥିବା ଲୋକଙ୍କୁ ପୁରସ୍କାର ସମ୍ବର୍ଦ୍ଧନା ଦେବେ ଏବଂ ଓଡ଼ିଆ ଭାଷା ଆଇନ୍ ଖିଲାପ କରୁଥିବା ବ୍ୟକ୍ତି ଦଣ୍ଡିତ ହେବେ ବୋଲି ବିଧାନ ସଭାର ପବିତ୍ର ଗୃହ ରେ ବିଧେୟକ ଆଗତ କରି ଆଇନ ଲାଗୁ କରିବା ଖୁସୀ କଥା। ରାଜ୍ୟପାଳ ମଧ୍ୟ ଏହି ଆଇନ୍ ଲାଗୁ ପାଇଁ ତତ୍ପରତା ପ୍ରକାଶ କରି ସ୍ବାଭିମାନୀ ଓଡ଼ିଆ ଙ୍କ ଆବେଗ ପୂର୍ଣ୍ଣ ବିଷୟ କୁ ସହୃଦୟ ସହ ସ୍ବୀକୃତି ପ୍ରଦାନ କଲେ। ଭାଷା ଆନ୍ଦୋଳନ ଜରିଆ ରେ ଏକ ଐତିହାସକ ସ୍ବାକ୍ଷର ସୃଷ୍ଟି ହେଲା।ଓଡ଼ିଶା ଭାଷା ଆନ୍ଦୋଳନ ର ସ୍ଵର ଥିଲା ଓଡ଼ିଶା ରେ ଓଡ଼ିଆ ଭାଷା ରେ ଶାସନ। ଓଡ଼ିଆ ଭାଷା ଆଇନ ଖିଲାପ କରୁଥିବା ବ୍ୟକ୍ତି ଦଣ୍ଡ ମିଳିବ। ଆଜି ଓଡ଼ିଆ ଭାଷା ସମ୍ପଦ ବିକାଶ ପାଇଁ ଓଡ଼ିଆ ଭାଷା ବିଶ୍ଵ ବିଦ୍ୟାଳୟ ସ୍ଥାପନା ପାଇଁ ସରକାର ତତ୍ପରତା ପ୍ରକାଶ କରିବା ଦେଖିବାକୁ ମିଳିଲା। ଓଡ଼ିଆ ଭାଷା ଯେ ଏକ ସ୍ବତନ୍ତ୍ର ଭାଷା ନୁହଁ ବୋଲି କହୁଥିବା ଲୋକ ଅନୁଭବ କରିଲେ ଓଡ଼ିଆ ଭାଷା ପୃଥିବୀ ର ଏକ ପ୍ରାଚୀନ ଭାଷା ମଧ୍ୟରୁ ଅନ୍ୟତମ। ମୁଁ ଖୁସି ମୋ ଜୀବନ ର ପ୍ରତ୍ୟେକ ଦିନ ଓଡ଼ିଆ ଭାଷା ପ୍ରତି ସମର୍ପିତ। କିଛି ଭାବ ଓଡ଼ିଆ ଭାଷା ରେ ଲେଖିବା ର ମଜା ନିଆରା। ଓଡ଼ିଆ ହୋଇ ଓଡ଼ିଆ ଭାଷା ପ୍ରତି ସମ୍ମାନ ଜଣାଇ ନିଜ ଦୈନନ୍ଦିନ ଜୀବନର କିଛି ମୁହୁର୍ତ୍ତ ନିଜ ଓଡ଼ିଆ ଭାଷା ସେବା ରେ ଦେଲେ ସ୍ଵାଭିମାନୀ ଓଡ଼ିଆ ଜୀବନ ଧନ୍ୟ ହେବ।
ମୋ ଭାଷା ରେ ସାରଳା ମହାଭାରତ ଅନନ୍ୟ କୃତି। ମୋ ଭାଷା ରେ ଓଡ଼ିଶୀ ସଙ୍ଗୀତର ଯାଦୁ କରୀ ସ୍ପର୍ଶ ଓଡ଼ିଶୀ ନୃତ୍ୟ ର ପରିଚୟ ବିଶ୍ଵ ର ପ୍ରତି ସାଂସ୍କୃତିକ ମଞ୍ଚ ରେ ପ୍ରଶଂସିତ। ମୋ ଓଡ଼ିଆ ଭାଷା ର କବି ସୂର୍ଯ୍ୟ ବଳଦେବ ରଥଙ୍କ ରଚିତ ସଙ୍ଗୀତ ଗୋପାଳ କୃଷ୍ଣ ଙ୍କ ରଚନା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ କୃତି ଫକୀର ମୋହନ ସେନାପତି ଙ୍କ ଉପନ୍ୟାସ ଗଙ୍ଗାଧର ଙ୍କ କବିତା ରାଧାନାଥ ରାୟ ଗୋଦାବରୀଶ ମିଶ୍ର ଗୋଦାବରୀଶ ମହାପାତ୍ର ଙ୍କ କାଳଜୟୀ ସୃଷ୍ଟି ରୁ ଆଜି କଥାକାର ମନୋଜ ଦାସ ଓ ପ୍ରତିଭା ରାୟ ଙ୍କ ସୃଷ୍ଟି ରେ ଓଡ଼ିଆ ଭାଷା ସମ୍ପଦ କେତେ ରୁଚି ବନ୍ତ। ଆସନ୍ତୁ ଓଡ଼ିଆ ଭାଷା ପ୍ରତି ଆମ ସମ୍ମାନ ଜଣାଇ ନିଜ ସ୍ୱାଭିମାନ ସହିତ ଓଡ଼ିଆ ଜାତିର ଗର୍ବ ଓ ଗୌରବ କୁ ଅକ୍ଷୁର୍ଣ୍ଣ ରଖିବା।
ବନ୍ଦେ ଉତ୍କଳଜନନୀ

nis-ad
Leave A Reply

Your email address will not be published.